ଆଜି ରାତିରେ ସଜାଗ ରହିବାକୁ ପଡିବ

ବନ୍ୟା ଯୋଗୁଁ ରାଜ୍ୟର ସ୍ଥିତି ବେହାଲ ରହିଛି । ୧୨ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୬୪ ବ୍ଲକର ୧୭୫୭ ଗ୍ରାମ ବନ୍ୟାରେ ଉବୁଟୁବୁ ହୋଇଛି ।
ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନେଉଛି ପ୍ରଶାସନ । ଏହାରି ବନ୍ୟାସ୍ଥିତିକୁ ନେଇ ପ୍ରେସ୍ମିଟ୍ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । କଟକ ମୁଣ୍ଡୁଳୀରେ ବନ୍ୟାଜଳ ସ୍ତର କମିବାରେ ଲାଗିଛ । ବୁଧବାର ରାତିରେ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।
କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ପୁରୀରେ ପିକ୍ ଫ୍ଲୋ’ ଧୀରେଧୀରେ କମିବାରେ ଲାଗିଛି । ଏହାକୁ ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହଛନ୍ତି, “ରାଜ୍ୟରେ ବନ୍ୟା ଯୋଗୁଁ ପ୍ରାୟ ୪ ଲକ୍ଷ ୬୭ ହଜାର ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟେର ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି ।”