ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡିଶା ଗରିବ ହୋଇ ରହିଛି: ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେଇ ଦେଇଛନ୍ତି ।

ସମ୍ବଲପୁରରେ ରେମେଡ୍ ଛକ ପଡ଼ିଆଠାରେ ଆୟୋଜିତ ବିଜୟ ସଙ୍କଳ୍ପ ଜନସମାବେଶକୁ ଉଦ୍‌ବୋଧନ ଦେଇ ମୋଦି ଉଭୟ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ସ୍ବାଧୀନତାର ୭୦ବର୍ଷ ପରେ ବି ଓଡ଼ିଶା ଗରିବ ହୋଇ ରହିଛି । ଓଡ଼ିଶାର ଉନ୍ନତି ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି । ଓଡ଼ିଶାର ଆଦିବାସୀ ଅଞ୍ଚଳ ଗୁଡିକରେ ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନିମନ୍ତେ କେନ୍ଦ୍ରରୁ ୬ହଜାର କୋଟି ଟଙ୍କା ଆସିଥିବା ବେଳେ ଓଡ଼ିଶା ସରକାର ମାତ୍ର ଏକ ହଜାର କୋଟି ଖର୍ଚ୍ଚ କରିଛନ୍ତି । ଏଥିସହ ଏଠାରେ ମହାନଦୀ ଓ ହିରାକୁଦ ଥିବା ବେଳେ ଚାଷୀମାନଙ୍କ କ୍ଷେତକୁ ଜଳଯୋଗାଣ ହୋଇପାରୁନାହିଁ । ଏମ୍ଏସପି ବଢ଼ାଯାଇଛି । ରାଜ୍ୟ ସେ ଲାଭ ଚାଷୀଙ୍କୁ ଦେଉନାହିଁ ବୋଲି ମୋଦି ତାଙ୍କ ଅଭିଭାଷଣରେ କହିଥିଲେ।

ଏଥିସହ ସେ ଆହୁରି କହିଛନ୍ତି, ଭ୍ରଷ୍ଟାଚାର ବିରୋଧୀ ନୀତି ଯୋଗୁ ମତେ ଏଠାରୁ ତଡ଼ିବାକୁ ବସିଛନ୍ତି । ୩୦ ଟଙ୍କାରେ କେନ୍ଦ୍ର ସରକାର ଚାଉଳ କିଣି ପଠାଉଛନ୍ତି । ମାତ୍ର ରାଜ୍ୟ ସରକାର ଏଥିରେ ମାତ୍ର ୨ ଟଙ୍କା ମିଶାଇ ବାହାବା ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଓଡ଼ିଶାର ଓ ଏଠାକାର ଲୋକଙ୍କ ଉନ୍ନତି ପାଇଁ ବିଜେପିକୁ ଭୋଟ ଦେବାକୁ ମୋଦି ଜନତାଙ୍କୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.