ଓଡିଶା ଫେରିବେ ଜଗା କାଳିଆ

0

(ଓଡ଼ିଶା ଫାଷ୍ଟ) ବ୍ୟୁରୋ: ଭୁବନେଶ୍ୱର : ଶେଷରେ ଓଡ଼ିଶାବାସୀ ଙ୍କ ପ୍ରାର୍ଥନା ଶୁଣିଲେ ପ୍ରଭୁ ଜଗନ୍ନାଥ।ଆସନ୍ତା ମାର୍ଚ୍ଚରେ ଜଗା-କାଳିଆ ଏମ୍ସରୁ ଡିସଚାର୍ଜ ହେବେ । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି  । ଜଗା କାଳିଆଙ୍କୁ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଏମ୍ସ ରୁ ଡିସଚାର୍ଜ କରାଯିବ ବୋଲି ସେ କହିଛନ୍ତି । ଉଭୟଙ୍କର ଆହୁରି ଚିକିତ୍ସା ବାକି ରହିଛି ।ଏମ୍ସ ରୁ ଡିସଚାର୍ଜ ହେବା ପରେ କେଉଁ ହସପିଟାଲରେ ସେମାନଙ୍କୁ ଭର୍ତି କରାଯିବ ତାହା ଅନୁଧ୍ୟାନ କରାଯାଉଛି। ସ୍ୱତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାର ତଦାରଖ କରିବେ। ଓଡ଼ିଶାରୁ ୫ ଜଣିଆ ଡାକ୍ତରୀ ଟିମ ମଧ୍ୟ ଏମସ ଯାଇ ଆଲୋଚନା କରିବେ। ଫଳରେ ଉଭୟ ଓଡ଼ିଶା ଆସିଲେ ସେମାନଙ୍କର ଚିକିତ୍ସା ଠିକ ଭାବେ ହୋଇପାରିବ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।  

Sikshaya
Leave A Reply

Your email address will not be published.