ଓଡ଼ିଶା ସିନିୟର ମହିଳା ମୁଷ୍ଟିଯୁଦ୍ଧ ଉଦଯାପିତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ମୁଷ୍ଟିଯୁଦ୍ଧ ସଂଘ ଓ ଓଡ଼ିଶା ମୁଷ୍ଟିଯୁଦ୍ଧ ସଂଘର ମିଳିତ ଉଦ୍ୟମରେ ସ୍ଥାନୀୟ ଚିନ୍ତାମଣିଶ୍ୱର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମହିଳା ବକ୍ସିଂ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟମ ବିଧାୟକ ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି ବକ୍ସିଂ ପ୍ରତିଯୋଗିତା ର ଶୁଭାରମ୍ଭ କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ମିଲନ କାନୋନଗୋ, ଅନୀଲ ବହିଦାର ଓଡ଼ିଶା ସଂଘ ସଂପାଦକ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ ।

ସ୍ଥାନୀୟ କର୍ପୋରେଟର, ଖ୍ୟାତନାମା ମୁଷ୍ଟିଯୋଦ୍ଧା ତଥା ଓଡ଼ିଶା ବକ୍ସିଂ ସଂଘ ସଂପାଦକ ଶ୍ରୀ ଅମରେଶ କୁମାର ଜେନା ଉତ୍ସବ ଓ ପ୍ରତିଯୋଗିତା କୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରୁ ମନୋନୀତ ମହିଳା ମୁଷ୍ଟିଯୋଦ୍ଧା ମନେ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ଵ କରିବେ ।

ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀମାନେ ହେଲେ ବର୍ଷାନାଥ(ଭୁବନେଶ୍ୱର), ସୁଲୋଚନା ମୁଖୀ(ରାଉରକେଲା), କେ. କାରୁନ୍ୟା (ଗଞ୍ଜାମ), ଏସ.ଏସ.ସଂଘମିତ୍ରା(କଟକ), ସୁପ୍ରଭା ମହାନ୍ତି (ଗଞ୍ଜାମ), ପ୍ରଣତି ପ୍ରଧାନ (ଭୁବନେଶ୍ୱର), ପିଜାଲୀନ ତରାଇ (ଭୁବନେଶ୍ୱର), ଦାମିନି ପାଲ (ଭୁବନେଶ୍ୱର) ।

Leave A Reply

Your email address will not be published.