ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ଓଡିଶା ରିସର୍ଚ୍ଚ ସ୍କଲାର ଆସୋସିଏସନର ସ୍ୱାଗତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭାରେ ସଦ୍ୟ ପରିତ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ ଏକ ଐତିହାସିକ ଅନନ୍ୟ, ସମୟୋଚିତ ଏବଂ ଛାତ୍ର ସପକ୍ଷ ବାଦୀ। ସେଥିପାଇଁ ଓଡିଶା ରିସର୍ଚ୍ଚ ସ୍କଲାର ଆସୋସିଏସନର କର୍ମକର୍ତ୍ତାଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜ୍ଞାପନ କରୁଛନ୍ତି। ଏହି ଆଇନ ରାଜ୍ୟର ଅନେକ ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କର ସ୍ବପ୍ନ ଦେଖିବାକୁ ସାହାସ ଯୋଗାଇବ ବୋଲି ଆସୋସିଏସନ ତରଫରୁ ମତ ପୋଷଣ କରାଯାଇଛି।

ପ୍ରକାଶ ଯେ, ସର୍ବ ଭାରତୀୟସ୍ତରରେ ବିଶ୍ୱବିଦ୍ୟାଳୟମାନଙ୍କର ରାଙ୍କିଙ୍ଗ୍ ରେ ଓଡିଶା ବିଶ୍ୱବିଦ୍ୟାଳୟ ମାନଙ୍କର ପ୍ରଦର୍ଶନ ନିଶ୍ଚୟ ଭାବରେ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଅବକ୍ଷୟ ଓ ନିମ୍ନଗାମୀ ଗବେଷଣାକୁ ଦାୟୀ କରୁଛି। ଏଥିପାଇଁ ବିଶ୍ୱବିଦ୍ୟାଳୟ ମାନଙ୍କରେ ଦୁର୍ବଳ ପରିଚାଳନା ବ୍ୟବସ୍ଥା ଓ ସରକାର ଓ ବିଶ୍ୱବିଦ୍ୟାଳୟ କତୃପକ୍ଷଙ୍କ ଭିତରେ ଉତ୍ତମ ସମନ୍ୱୟର ଅଭାବ ଓ ସର୍ବୋପରି କୁଳପତିମାନଙ୍କର ଅପାର ଦର୍ଶିତା ଓ ଦୁରଦୃଷ୍ଟିର ଅଭାବ ରାଜ୍ୟର ବିଶ୍ୱବିଦ୍ୟାଳୟ ମାନଙ୍କର ଗୌରବ କ୍ଷୁର୍ଣ୍ଣ କରିଛି। ବିଶ୍ୱବିଦ୍ୟାଳୟର ଗାରିମା ଏବଂ ପାରଦର୍ଶିତା ମୁଖ୍ୟତଃ ଉତ୍ସଗ୍ରୀକୃତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ଉପରେ ନିର୍ଭର କରୁଥିଲେ ମଧ୍ୟ ଓଡିଶାରେ ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ଗୋଟିଏ ପରେ ଗୋଟିଏ କଳଙ୍କିତ ଅଧ୍ୟାୟ ଦୀର୍ଘ ୩୦ ବର୍ଷ ପୁରୁଣା ବିଶ୍ୱବିଦ୍ୟାଳୟ ଆଇନର ସଂଶୋଧନ ଆବଶ୍ୟକତାକୁ ଦୃଢ଼ୀଭୂତ କରିଛି।

କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିମାନଙ୍କର ବିରୋଧ ସତ୍ତ୍ୱେ ଦୀର୍ଘ ୩୦ ବର୍ଷ ପରେ ଏହି ଆଇନର ସଂଶୋଧନ ହୋଇଥିବାରୁ ଏହାକୁ ଓଡିଶାର ସମସ୍ତ ଛାତ୍ର ସମାଜ ଅକୁଣ୍ଠିତ ସ୍ୱାଗତ ଜଣାଉଛନ୍ତି । ଏହି ଆଇନ ବିଶ୍ୱବିଦ୍ୟାଳୟ କତୃପକ୍ଷଙ୍କ ସ୍ୱାୟତ୍ତତାକୁ ତିଳେମାତ୍ର ଆଘାତ ନ ଆଣି ଦାୟିତ୍ୱବୋଧତା ବା ଉତ୍ତର ଦାୟିତ୍ୱ ବଢ଼ାଇବ ବୋଲି ଛାତ୍ରମାନେ ଆଶା ବ୍ୟକ୍ତ କରିଛନ୍ତି। ବର୍ଷବର୍ଷ ଧରି ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ଚାଲି ଆସିଥିବା ବଂଶବାଦ ବା ନେପୁଟିଜମ ଏବଂ ପକ୍ଷପାତିତା ବା ଫେବରଟିଜମ ଅବସନ ଘଟିବ ଦ୍ୱାରା ସମସ୍ତ ଆଶାବାଦୀ ଛାତ୍ରଛାତ୍ରୀମାନଙ୍କ ମନରେ ବିଶ୍ୱବିଦ୍ୟାଳୟ ମାନଙ୍କରେ ନିଯୁକ୍ତିର ସୁଯୋଗ ଏକ ନୂତନ ଆଶା ସଂଚାର କରିଛି। ଏହି ଆଇନି ବିଶ୍ୱବିଦ୍ୟାଳୟ ମାନଙ୍କରେ କୁଳପତି ମାନଙ୍କର ଏକ ଛାତ୍ରବାଦୀ ନିତୀ ଅନ୍ତ ଘଟାଇ ଡ଼ିସେଣ୍ଟ୍ରାଲାଇଯେସନକୁ ପ୍ରୋତ୍ସାହନ ଦେବ ଯାହାକି ଏକ ଗଣତାନ୍ତ୍ରିକ ବାତାବରଣ ସୃଷ୍ଟି କରିବ।

ଏହି ଆଇନ ବଳରେ ଚୟନ ପ୍ରକ୍ରିୟାରେ କେନ୍ଦ୍ରୀୟକରଣ ନିଯୁକ୍ତି ସ୍ୱଛତା ଆଣିବ ସହିତ ବହୁ ଗରିବ ଓ ମେଧାବୀ ଆଶାୟୀ ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଥିକ ବୋଝରୁ ମୁକ୍ତି ଦେବ। ତତସହିତ ଓଡିଶା ଲୋକ ସେବା ଆୟୋଗର ପାରଦର୍ଶି ଓ ଦକ୍ଷ ଚୟନ ମଣ୍ଡଳୀ ଦ୍ୱାରା ନିରପେକ୍ଷ ଭାବରେ ପାର୍ଥି ଚୟନ ହେବା ସହ ଏକ ସୁସ୍ଥ ପ୍ରତିଯୋଗିତା ର ବାତାବରଣ ସୃଷ୍ଟି କରିବ କିନ୍ତୁ ଅଧ୍ୟାପକ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ହେଉ ବୋଲି ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଆସୋସିଏସନ ଦାବି ଜଣାଇଛି ।

Barta
Sikhsya

Leave A Reply

Your email address will not be published.