ରାଜ୍ୟରେ ୧୫ ଯାଏଁ ଲଗାଣ ବର୍ଷା; ଏହି ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗରୁ ସୂଚନା

0

ଆସୁଛି ଆଉ ଏକ ଲଘୁଚାପ। ଆହୁରି ୫ଦିନ ଯାଏ ବର୍ଷିବ। ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ପାଣିପାଗ ବିଜ୍ଞାନୀଙ୍କ କହିବାନୁଯାୟୀ, ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ତେବେ ଗୁରୁବାର, ଶୁକ୍ରବାର ପ୍ରବଳ ବର୍ଷା ହେବା ସହ ୧୩,୧୪ରେ ଅତି ପ୍ରବଳ ବର୍ଷା ହୋଇପାରେ।

୧୪ ତାରିଖ ବେଳକୁ ବର୍ଷାର ପରିମାଣ ସର୍ବାଧିକ ରହିବ। ପରେ ୧୫ତାରିଖ ବେଳକୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।

ଅନ୍ୟପଟେ, ସକ୍ରିୟ ମୌସୁମୀ ତଥା ଗାଙ୍ଗୀୟ-ପଶ୍ଚିମବଙ୍ଗ ଉପତ୍ୟକାରେ ଥିବା ଘୁର୍ଣ୍ଣି ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହୋଇଛି। ଯାଜପୁର ସହରଠାରେ ସର୍ବାଧିକ ୧୫୦ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ରାଜ୍ୟର ୧୩ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।

SOA post below
Leave a comment