ଆଜିଠୁ କମିବ ବର୍ଷାର ପରିମାଣ

0

ଆଜିଠୁ କମିବ ରାଜ୍ୟରେ ଲଘୁଚାପ ପ୍ରଭାବ । କମିବ ବର୍ଷାର ପରିମାଣ ଏବଂ ବିସ୍ତୃତି । ଏଯାବତ ମୌସୁମୀ ଋତୁରେ ୧୧୫୩.୩ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୦୯୯.୯ ମିମି ତୁଳନାରେ ୫% ଅଧିକ ରହିଛି । ଏଯାବତ ରାଜ୍ୟରେ ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଏବଂ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ।

ସେପଟେ, ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, କଟକରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ବାକି ଜିଲ୍ଲା ସମେତ ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ ।

SOA post below
Leave a comment