ପୁଣିଥରେ ୧୭ରୁ ଭିଜିବ ଓଡିଶା

ପୁଣିଥରେ ୧୭ରୁ ରାଜ୍ୟରେ ବର୍ଷା। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବାରୁ ଆସନ୍ତା ୧୭ ଓ ୧୮ ତାରିଖରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
Related Posts
ସେ କହିଛନ୍ତି, ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଏବେ ଛତିଶଗଡ଼ ଓ ଆଖପାଖରେ ସକ୍ରିୟ ରହିଛି।ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ଆଜି ବି ବର୍ଷା ହେବ। ସେହି ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଓ ବଲାଙ୍ଗିର। ଆଜି ଓ ଆସନ୍ତାକାଲି ଉପକୂଳ ଓଡ଼ିଶାରେ ବର୍ଷା କମ୍ ରହିବ ବୋଲି ଶ୍ରୀ ଦାସ କହିଛନ୍ତି।