ତାରାଙ୍କ ଘରେ ମନ୍ତ୍ରଣା ଦେଲା ବିରୋଧୀଙ୍କୁ ଯନ୍ତ୍ରଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀର୍ଘଦିନ ଧରି ଚାଲିଥିବା ବିବାଦ ଶେଷରେ ଫେଲ ମାରିଲା ପ୍ରସାଦ ବିରୋଧୀଙ୍କ ଟାର୍ଗେଟ। ପିସିସି ବଦଳି ଦାବିରେ ଏକାଠି ହେଇ ଉଠିଥିଲେ ପ୍ରସାଦ ବିରୋଧୀ। କିନ୍ତୁ ପିସିସି ତ ବଦଳିଲେ ନାହିଁ ବଦଳିଲେ ଓଡ଼ିଶାର ପ୍ରଭାରୀ। ଆଜି ଓଡ଼ିଶା ପ୍ରଭାରୀ ବି କେ ହରିପ୍ରସାଦ ଙ୍କୁ ବଦଳି କରିଛନ୍ତି ହାଇକମଣ୍ଡ ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଓଡ଼ିଶାର ପ୍ରଭାରୀ କରିଛନ୍ତି।

କିଛିଦିନତଳେ ପ୍ରସାଦ ବିରୋଧୀ କଂଗ୍ରେସ ବିଧାୟକମାନେ ଏକାଠି ହୋଇଥିଲେ ତାରାପ୍ରସାଦ ବାହିନୀପତିଙ୍କ ଘରେ। ପିସିସି ବଦଳି ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଚତୁରତା ବିଷୟରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। କାରଣ ନରସିଂହଙ୍କ ଆନୁଗତ୍ୟରେ ରହିଥିବା କିଛି ନେତା ଏ ଆଇ ସି ସି ତାଲିକାରୁ ବାଦ ପଡିଥିବା ବେଳେ ତାଙ୍କ ପୁଅ ଏ ଆଇ ସି ସି ତାଲିକା ରେ ସମିଲହୋଇଥିବା ରୁ ବିରୋଧୀଙ୍କ ଟାର୍ଗେଟରେ ଏବେ ନରସିଂହ ମଧ୍ୟ।

Leave A Reply

Your email address will not be published.