ଓଡ଼ିଶା ବାହାରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ପ୍ରଥମଥର ଲାଗି ଓଡ଼ିଶା ବାହରେ ଓଜେଇଇ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯିବ। ସେହି ରାଜ୍ୟ ଗୁଡିକ ହେଉଛି ରାଞ୍ଚି, ପାଟନା ଏବଂ କୋଲକାତା। ସେହିପରି ରାଜ୍ୟରେ ପୁଣି କିଛି ସହରକୁ ସାମିଲ କରାଯାଇଛି, ଯେଉଁଠି ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା କରାଯିବ। ସେହି ସବୁ ସହର ମଧ୍ୟରେ ରହିଛି ବଲାଙ୍ଗିର, ପାରଳାଖେମୁଣ୍ଡି, ଜଗତସିଂପୁର, ଯାଜପୁର, ନୟାଗନ ଏବଂ ଫୁଲବାଣୀ। ତେବେ ଆବେଦନକାରୀମାନେ ଆବଶ୍ୟକସ୍ଥଳେ ଅନଲାଇନ୍ ମାଧ୍ୟମରେ ସେମାନଙ୍କର ପରୀକ୍ଷାକେନ୍ଦ୍ର ପରିବର୍ତ୍ତନ କରିପାରିବେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।
ସେପ୍ଟେମ୍ବର ୯ରୁ ୧୫ ତାରିଖ ଯାଏଁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମଥର ପାଇଁ କମ୍ପ୍ୟୁଟର ଆଧାରରେ ହେବ ପରୀକ୍ଷା । ଓଜେଇଇ ପରୀକ୍ଷା ପାଇଁ ୧୬ ଜିଲ୍ଲାର ପଲିଟେକନିକ ଓ ଆଇଟିଆଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ବୈଷୟିକ ଓ ତାଲିମ ନିର୍ଦ୍ଦେଶାଳୟ । ତେବେ ଖୁବଶୀଘ୍ର ପରୀକ୍ଷା କେନ୍ଦ୍ର ଚୟନ ନେଇ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ଲେଖାଯାଇଛି।

Leave A Reply

Your email address will not be published.