ପ୍ରକାଶ ପାଇଲା ଓଜେଇଇ ଫଳାଫଳ, ୪୯,୨୬୭ ପିଲାଙ୍କୁ ମିଳିଲା ରାଙ୍କ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରକାଶ ପାଇଲା ଚଳିତ ବର୍ଷର ଓଡିଶା ଯୁଗ୍ମ ପ୍ରବେଶିକ ପରୀକ୍ଷା(ଓଜେଇଇ)ର ଫଳାଫଳ। ପରୀକ୍ଷା ଦେଇଥିବା ୪୯,୨୬୭ ପିଲାଙ୍କୁ ରାଙ୍କ ମିଳିଛି। ଚଳିତ ଓଜେଇଇରେ ବି.ଟେକ୍‌ରେ ଶୋଭିତ ପଟେଲ ଓ ଶ୍ୟାମସୁନ୍ଦର ପଟେଲ ଏମ.ଟେକ୍ ଟପ୍ପର ହୋଇଛନ୍ତି। ବୈଷେୟିକ ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଫଳାଫଳ ଘୋଷଣା କରିଛନ୍ତି। ଏମବିଏରେ ଶୁଭକାନ୍ତ ସାହୁ, ଏମସିଏରେ ଜୟଦୀପ ଦେ, ବି ଫାର୍ମରେ ସୌମ୍ୟ ରଞ୍ଜନ ରାଉତରାୟ ଓ ଏମ ଫାର୍ମରେ ପରିମିତା ସାହୁ ଟପ୍ପର ହୋଇଛନ୍ତି। ୭୯ ହଜାର ୫୫୪ ଛାତ୍ର-ଛାତ୍ରୀ ପଞ୍ଜୀକରଣ କରିଥିଲେ।

Leave A Reply

Your email address will not be published.