ସମ୍ପତ୍ତି ପାଇଁ ବାପାଙ୍କୁ ୮ ଦିନଧରି ବାଥରୁମ୍‌ରେ ବନ୍ଦୀ ରଖି ଥିଲେ ପୁଅ-ବୋହୂ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମାନ୍ୟ ସମ୍ପତ୍ତି ପାଇଁ ଜନ୍ମକଲା ବାପାଙ୍କୁ ୮ ଦିନ ଧରି ବାଥରୁମ୍‌ରେ ବନ୍ଦ କରି ରଖିଥିଲା ପୁଅ। ପୁଣି ତା ସାଙ୍ଗକୁ ମାଡ ଗାଳି ଦେଉଥିଲେ ପୁଅ-ବୋହୂ। ଏମିତି ଲଜ୍ଜାଜନକ ଘଟଣା କୌଣସି ଗ୍ରାମାଞ୍ଚଳରେ ନୁହେଁ ଖୋଦ୍ ରାଜଧାନରେ ଦେଖିବାକୁ ମିଳିଛି। ଭୁବନେଶ୍ବର ପଳାଶୁଣିରେ ନବଘନ ସେଠୀଙ୍କୁ ତାଙ୍କ ପୁଅ- ବୋହୂ ଏପରି ନିର୍ଯ୍ୟାତନା ଦେଉଥିଲେ। କେବଳ ସେତିକି ନୁହେଁ, ମାଡ଼ ମାରିବା ସହ ବୃଦ୍ଧଙ୍କୁ ଲଣ୍ଡା ମଧ୍ୟ କରି ଦେଇଥିଲେ। ୮ ଦିନ କାଳ ବାପାଙ୍କୁ ଖାଇବା-ପିଇବାକୁ ନ ନେଇ ବାଥରୁମ୍‌ରେ ବନ୍ଦ କରିବା ରଖିବା ଘଟଣାକୁ ପଡୋଶୀ ଜାଣି ପାରିଥିଲେ।ଏ ସଂପର୍କରେ ବୃଦ୍ଧଙ୍କ ଝିଅଙ୍କୁ ଖବର ଦେଇଥିଲେ।
ସୂଚନାଯୋଗ୍ୟ, ନବ ଘନଙ୍କ ନାମରେ ଥିବା ଏକ ଘରକୁ ପୁଅ – ବୋହୁଙ୍କ ନାମରେ କରାଇ ଦେବାକୁ ଚାପ ପକାଇଥିଲେ ପୁଅ-ବୋହୂ । ବୃଦ୍ଧ ଜଣକ ରାଜି ନହେବାରୁ ତାଙ୍କୁ ଏପରି ନିର୍ଯ୍ୟାତନା ଦେଇଛନ୍ତି ପୁଅ – ବୋହୁ । ବୃଦ୍ଧଙ୍କ ଝିଅ ପୋଲିସ୍ ଧରି ବାପାଙ୍କୁ ଉଦ୍ଧାର କରିଥିଲେ।ଏହି ଘଟଣାରେ ପୋଲିସ୍ ବର୍ତ୍ତମାନ ତଦନ୍ତ କରୁଛି।

Leave A Reply

Your email address will not be published.