ବିଜୁ ବାବୁଙ୍କ ଜନ୍ମଦିନ ରେ ଗାଁକୁ ଗଡ଼ିଲା ବିକାଶ ରଥ।

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସୋମବାର ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଘୋଷଣା କରିଛନ୍ତି।ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ରାଜ୍ୟ ସରକାର ‘ଆମ ଗାଁ ଆମ ବିକାଶ’ ଭଳି ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟର ପ୍ରତି ବ୍ଲକରେ ଭଲ ଭଲ କାମ କରୁଥିବା ପଞ୍ଚାୟତଗୁଡ଼ିକୁ ପ୍ରୋତ୍ସାହିତ କରିବା ସହିତ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ନୂଆ ନୂଆ ପ୍ରକଳ୍ପ ହାତକୁ ନେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।ପଞ୍ଚାୟତର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ଯୋଜନା କାର୍ଯ୍ୟକାରୀ କରାଯାଉଛି।

ଏହି ସବୁ ଯୋଜନା ବାହାରେ ନୂଆ ନୂଆ କାମ ପାଇଁ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସୁଯୋଗ ସୃଷ୍ଟି କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ଭଲ କାମ କରୁଥିବା ପଞ୍ଚାୟତରେ ପହଁଚିବେ । ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣଙ୍କ ସହିତ ସିଧାସଳଖ ଆଲୋଚନା କରିବେ । ଆମ ଗାଁ ଆମ ବିକାଶ ପ୍ରକଳ୍ପଗୁଡ଼ିକର ସର୍ବନିମ୍ନ ମୂଲ୍ୟ ୧ଲକ୍ଷ ଟଙ୍କାରୁ ସର୍ବୋଚ୍ଚ ୧୦ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିବ।

ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯିବ । ଏହି ନୂତନ କାର୍ଯ୍ୟକ୍ରମ ପ୍ରଶାସନର ସର୍ବୋଚ୍ଚସ୍ତରକୁ ସିଧାସଳଖ ଗାଁ ସହିତ ଯୋଡ଼ିବା ସଂଗେସଂଗେ ବିକାଶ କାମରେ ଜନସାଧାରଣ ଓ ପଞ୍ଚାୟତ ପ୍ରତିନିଧିଙ୍କ ଅଂଶଗ୍ରହଣକୁ ଅଧିକ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି।

ଯାଜପୁର,ସମ୍ବଲପୁର,ଗଂଜାମ ଓ କୋରାପୁଟ ଜିଲ୍ଲାର ୪ ପଂଚାୟତ ପାଇଁ ୨ କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ମିଳିଛି । ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ନବୀନ କହିଲେଯେ, ଭିଡ଼ିଓ କନଫେରେନ୍ସିଂ ରେ ସେ ୪ ପଞ୍ଚାୟତବାସୀଙ୍କ ସହ କଥା ହୋଇଛନ୍ତି।

 

 

Leave A Reply

Your email address will not be published.