ରାଜଗାଙ୍ଗପୁରରେ ନକଲି ସସ୍ ତଆରି କାରଖାନା ଠାବ, ଜଣେ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଏକ ନକଲି ସସ୍ ତଆରି କାରଖାନା ଠାବ କରାଯାଇଛି। ଏହି ମାମଲାରେ ପୁଲିସ୍ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ରାଜଗାଙ୍ଗପୁରର ୱାର୍ଡ ନଂ୧ର କୁମ୍ଭାରପଡ଼ାରେ ଏକ ନକଲି ସସ୍ ତିଆରି କାରଖାନା ଉପରେ ପୁଲିସ ଚଢଉ କରି ବିପୁଳ ପରିମାଣର ନକଲି ସସ୍ ସହିତ ଏହାର ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି । ରାଜଗାଙ୍ଗପୁର ଏସଡିପିଓ ଡକ୍ଟର ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ୱରେ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ସଦଳବଳେ କୁମ୍ଭାରପଡ଼ାରେ ଦୀର୍ଘ ଦିନ ହେବ ବେଆଇନ ଭାବରେ ଚାଲିଥିବା ଏକ ନକଲି ଅନମୋଲ ସସ୍ ତିଆରି କାରଖାନା ଉପରେ ଚଢଉ କରିଥିଲେ। ପୁଲିସ ସେଠାରୁ ପ୍ୟାକିଙ୍ଗ ହୋଇ ଗଚ୍ଛିତ ଥିବା ୬୫୧ଟି ବୋତଲ ନକଲି ଟମାଟୋ, ଚିଲି ଓ ସୋୟାବିନ ସସ୍ ଜବତ କରିଥିଲେ । ଏହାଛଡ଼ା ଏହି ସସ୍ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ଗୋଟିଏ ମିକ୍ସଚର ଗ୍ରାଇଣ୍ଡିଙ୍ଗ ମେସିନ, ୪ ଟି ବଡ଼ ହଣ୍ଡା ଏବଂ ବହୁ ପରିମାଣର ଅନମୋଲ କମ୍ପାନି ଲେବୁଲ ଜବତ କରାଯାଇଛି ।
ଏହି ଚଢଉରେ ରାଜଗାଙ୍ଗପୁର ପୁଲିସ ସବ ଇନ୍ସପେକ୍ଟର ଖଗପତି ବିଶ୍ୱାଳ, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର୍ ଅରୁଣ ପଟେଲ ପ୍ରମୁଖ ଭାଗ ନେଇଥିଲେ। ପୁଲିସ୍ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହ ବେଆଇନ ଭାବରେ ଚାଲିଥିବା ଏହି ନକଲି ସସ୍ ତିଆରି କାରଖାନାର ମାଲିକ ଅନୀଲ କୁମାର ଦାସ (ଭକଲ)ଙ୍କୁ ଗିରଫ କରିଛି। ଏନେଇ ଅଧିକ ତଦନ୍ତ ଚଳାଇଛି ପୁଲିସ୍।

Leave A Reply

Your email address will not be published.