ବିଜେଡି ଆଇଟି ସେଲ ପକ୍ଷରୁ ଦିନିକିଆ କନ୍‌କ୍ଲେଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ୫ ଲକ୍ଷ ନୂଆ ଭୋଟରଙ୍କୁ ଦୃଷ୍ଟିରେ ରଖି ଦଳର ଆଇଟି ସେଲ ପକ୍ଷରୁ ଦିନିକିଆ କନ୍‌କ୍ଲେଭ ବୁଧବାର  ଆୟୋଜନ କରାଯାଇଥିଲା । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇଥିଲେ । ବୈଷୟିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କିଭଳି ସରକାରୀ ଯୋଜନାର ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚାଇ ହେବ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଥିଲେ । ଏହି ଅବସରରେ ନବୀନ କହିଥିଲେ, ବର୍ତ୍ତମାନ ଯୁଗରେ ଆଇଟିର ସବୁକ୍ଷେତ୍ରରେ ପ୍ରମୁଖ ଭୂମିକା ରହିଛି । ଏହାଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଯାଇପାରିବ । ଏହାର ସୁବିନିଯୋଗ କରିବାର ଆବଶ୍ୟକ ରହିଛି । ଏଥିସହିତ ମୁଖ୍ୟମନ୍ତ୍ରୀ ‘ସେଲଫି ୱିଥ୍‌ ସିଏମ୍‌’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ପରେ ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ ଆଇଟି ସେଲ୍‌ର ପରବର୍ତ୍ତୀ କାର୍ଯ୍ୟକ୍ରମ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଆଗାମୀ ଦିନରେ ଆଇଟି ସହାୟତା ନେଇ ମୁଖ୍ୟମନ୍ତ୍ରୀ ପ୍ରତି ଘରେ ପହଞ୍ଚିବେ । ମୋ ଘରେ ମୋ ସିଏମ୍‌ ତଥା ମୋ ନବୀନ ମୋ ଘରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଦଳୀୟ ମୁଖ୍ୟାଳୟରୁ ଆଇଟି ମାଧ୍ୟମରେ ରାଜ୍ୟର କୋଣଅନୁକୋଣ ସହ ଯୋଡାଯିବ। ମୁଖ୍ୟମନ୍ତ୍ରୀ ନିଜେ ମୟୂରଭଞ୍ଜ, କଳାହାଣ୍ଡି, ସୁନ୍ଦରଗଡ ଏବଂ ବଲାଙ୍ଗୀର ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଆଇଟି ସେଲ୍‌ ମୁଖ୍ୟ ଅମର ସୂଚନା ଦେଇଛନ୍ତି । ସେହିପରି ବିରୋଧୀଙ୍କ ଅପପ୍ରଚାର ମୁକାବିଲା କରିବାକୁ ଯାଇ ବିଜେଡିର ଯୁବ କାର୍ଯ୍ୟକର୍ତ୍ତା ଅଶ୍ଳୀଳ ତଥା ତଥ୍ୟବିହୀନ ପୋଷ୍ଟରରୁ ବିରତ ରହିବେ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି । 

Leave A Reply

Your email address will not be published.