ଦିନିକିଆ କ୍ରିକେଟରୁ ଓ’ବ୍ରାଏନଙ୍କ ଅବସର

0

(ଓଡ଼ିଶାଫାଷ୍ଟ ବ୍ୟୁରୋ): ଆୟର୍ଲାଣ୍ଡର ଷ୍ଟାର ଅଲରାଉଣ୍ଡର କେଭିନ୍‌ ଓ’ବ୍ରାଏନ୍‌ ଗତକାଲି ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି । ସେ ଟେଷ୍ଟ ଏବଂ ଟି-୨୦ ଫର୍ମାଟ ଲାଗି ଖେଳିବେ ବୋଲି କହିଛନ୍ତି । ୨୦୦୬ରେ ଆୟର୍ଲାଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଆରମ୍ଭ କରିଥିବା ଓ’ବ୍ରାଏନ କ୍ୟାରିୟରରେ ୧୫୩ଟି ମ୍ୟାଚ ଖେଳିଛନ୍ତି । ସେ ବିଶ୍ୱକପରେ ଦ୍ରୁତତମ ଶତକର ରେକର୍ଡ ତାଙ୍କ ନାମରେ ରହିଛି । ଦୀର୍ଘ ୧୫ ବର୍ଷ ଆୟର୍ଲାଣ୍ଡ ଟିମ ପକ୍ଷରୁ ଖେଳିବା ପରେ ଏହା ଅବସର ଗ୍ରହଣ କରିବା ଉପଯୁକ୍ତ ସମୟ ବୋଲି ଓ’ବ୍ରାଏନ କହିଛନ୍ତି ।

Leave A Reply

Your email address will not be published.