ପିକନିକ ଗାଡି ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୭ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଣଭୋଜି କରିବାକୁ ଯାଉଥିବା ବେଳେ ବାଟରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାର ଏକ ପରିବାର ଆଜି ବଣଭୋଜି କରିବାକୁ ଯାଉଥିଲେ। ତଲସରା ଥାନା ସବଡେଗା ଅଗ୍ନିଶମ ଅଫିସ ନିକଟରେ ଦ୍ରୁତଗତିରେ ଯାଉଥିବା ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ପିଟିଥିଲା। ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡ଼ିରେ ବସିଥିବା ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ଝାରସୁଗୁଡ଼ା ଅଞ୍ଚଳର ବୋଲି ଜଣାଯାଇଛି। ସେମାନେ ବଣଭୋଜି କରିବାକୁ ବାଲିଶଙ୍କରାର ଘୋଘର କନାକୁଣ୍ଡକୁ ଯାଉଥିଲେ। ସମସ୍ତ ଆହତଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ନାମ ବିଟୁ ମହାରାଜ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.