ଗ୍ରାମବାସୀଙ୍କ ପଥର ମାଡ଼ରେ ଜଣେ ନକ୍ସଲ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଗ୍ରାମବାସୀଙ୍କ ପଥର ମାଡ଼ରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଗତକାଲି ସ୍ୱାଭିମାନ ଅଞ୍ଚଳର ଜନ୍ତୁରାଇ ଗାଁକୁ ନକ୍ସଲମାନେ ଆସି ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରିବାକୁ ଗାଁ ଲୋକଙ୍କୁ କହିଥିଲେ। ହେଲେ ଗାଁଲୋକେ ନକ୍ସଲଙ୍କୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ନକ୍ସଲମାନେ ଗୁଳି ଚାଳନା କରିବାରୁ ଗାଁ ଲୋକେ ଟେକା ପଥର ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ନକ୍ସଲଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗାଁ ଲୋକେ ଉଭୟ ମୃତ ଓ ଗୁରୁତର ନକ୍ସଲଙ୍କୁ ହାନ୍ତାଳଗୁଡ଼ା ବିଏସ୍‌ଏଫ୍‌ କ୍ୟାମ୍ପରେ ହସ୍ତାନ୍ତର କରିଛନ୍ତି।

Odisha Film Award

Leave A Reply

Your email address will not be published.