ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୧୨ କୁ ବୃଦ୍ଧି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି କରୋନାକୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପୁରୀ ଜିଲ୍ଲାର ବୋଲି ଓଡ଼ିଶା କୋଭିଡ ଡ୍ୟାସବୋର୍ଡରୁ ସୂଚନା ମିଳିଛି । ଏହାକୁ ନେଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି ।

ଶନିବାର ରାଜ୍ୟରୁ ଆଉ ୧୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬ରେ ପହଞ୍ଚିଛି। ୧୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଏବଂ ୨୯ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୧୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଥିରେ ଅଗ୍ନିଶମ ଓ ଓଡ୍ରାଫ୍ ବିଭାଗର ୧୮ଜଣ ଯବାନ ଆକ୍ରାନ୍ତ ଥିବା ଜଣାଯାଇଛି।

Leave A Reply

Your email address will not be published.