ପୁଣି ଗୋଟିଏ ରାତି ଜେଲ୍‌ରେ ରହିବେ ଅର୍ଣ୍ଣବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୁଣି ଗୋଟିଏ ରାତି ଜେଲରେ ରହିବେ ଅର୍ଣ୍ଣବ। ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲାନି ଆସ୍ୱସ୍ତି। ଡିଜାଇନର ଅନ୍ୱୟ ନାଏକ ଓ ତାଙ୍କ ମା’ କୁମୁଦଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ ଅର୍ଣ୍ଣବଙ୍କୁ ଜାମିନ ଦେବାକୁ ମନା କରିଥିଲେ ବମ୍ବେ ହାଇକୋର୍ଟ।୨୦୧୮ ମସିହାର ଏକ ପୁରୁଣା ମାମଲାରେ ଅର୍ଣ୍ଣବଙ୍କୁ ମୁମ୍ବାଇ ପୋଲିସ ବୁଧବାର ସକାଳେ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅର୍ଣ୍ଣବଙ୍କ ସହିତ ଅନୁରୂପ ଅଭିଯୋଗରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଫିରୋଜ ଶେଖ ଓ ନିତେଶ ସାରଦା।ସେମାନଙ୍କୁ ମଧ୍ୟ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

Leave A Reply

Your email address will not be published.