କରୋନାରେ ଆଖିବୁଜିଲେ ଆଉ ଜଣେ ପୋଲିସ କର୍ମଚାରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାରେ ଆକ୍ରାନ୍ତ ଥିବା ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ଥାନା ଅଧିକାରୀଙ୍କ ଜୀବନ ଯାଇଛି । କରୋନା ପ୍ରଭାବିତ ଅଞ୍ଚଳରେ ଡ୍ୟୁଟିରେ ଥିବା ସମୟରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କ ନାମ ଯଶୱନ୍ତ ପାଲ । ସେ ନୀଲଗଙ୍ଗା ଥାନାର ଟିଆଇ ଭାବେ କାର୍ଯ୍ୟ କରୁଥିଲେ । ହେଲେ ତାଙ୍କ ପରିବାର ଲୋକଙ୍କଠାରେ କରୋନା ଭୂତାଣୁ ଠାବ ହୋଇନାହିଁ ।

ସୂଚନାଯୋଗ୍ୟ, ନୀଲଗଙ୍ଗା ଥାନା ଅଧୀନ ଅମ୍ବଲ କଲୋନୀରେ ଗତ ମାର୍ଚ୍ଚ ୨୭ରେ ଜଣେ ଯୁବକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିଲେ । ଏହାପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ସେହି ଅଞ୍ଚଳରେ ପାଲ୍‌ ଡ୍ୟୁଟିରେ ଥିଲେ । ଏହି ସମୟରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ଇନ୍ଦୋରର ଅରୋବିନ୍ଦ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ମଙ୍ଗଳବାର ଭୋର ପ୍ରାୟ ୫ଟା୧୦ ରେ ତାଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.