ପ୍ରତିଶ୍ଠିତ କଲେଜ ୱେବସାଇଟ୍ ହ୍ୟାକର ଙ୍କ କବଜାରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଇବର କ୍ରାଇମ ଉପରେ ପୋଲିସ ଲଗାଇ ପାରୁନି ଲଗାମ । କଥାରେ ଅଛି ପୋଲିସ ଡାଳେ ଡାଳେ ଗଲେ ଚୋର ପତ୍ର ପତ୍ର ରେ ଚାଲୁଛି । ଏହି ଅପରାଧ କୁ ରୋକିବା ପାଇଁ ଏକ ନୂତନ ସାଇବର ସେଲ ମଧ୍ୟ ଖୋଲାଯାଇଛି। କିନ୍ତୁ କିଛି ଫଳପ୍ରଦ ହେବାର ଦେଖିବାକୁ ମିଳୁନି । ଯାହାର ପରିଣାମ ସ୍ୱରୂପ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ରାଜଧାନୀର ପ୍ରତିଶ୍ଠିତ କମଳା ନେହରୁ ଓମେନ୍ସ କଲେଜର ଓ୍ଵେବ ସାଇଟ୍ ହ୍ୟାକ୍ କରାଯାଇଛି । ହ୍ଯାକର ଏହାକୁ ହ୍ୟାକ୍ କରିବା ପରେ ଏହି କଲେଜର ପେଜ୍ ରେ ଏକ ଅଶ୍ଳୀଳ ଓ୍ଵେବ ସାଇଟ୍ କୁ ଲିଙ୍କ କରିଛି । ଏହାକୁ ନେଇ କଲେଜ ପକ୍ଷରୁ ବିଭିନ୍ନ ସପ୍ଟଓ୍ଵେୟର ସହ ଯୋଗାଯୋଗ କରିବା ସହ ସାଇବର ସେଲ୍ ରେ ଅଭିଯୋଗ ମଧ୍ୟ କରାଯାଇଛି । ପୂର୍ବରୁ ଓୟୁଏଟି କଲେଜ୍ ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟ ଓ୍ଵେବ ସାଇଟ ହ୍ୟାକ୍ ହୋଇଥିବା ଖବର ମଧ୍ୟ ନଜିର କୁ ଆସିଥିଲା । ଦେଖିବାକୁ ବାକି ରହିଲା ସାଇବର ସେଲ ହ୍ୟାକର କୁ ଧରିବାରେ ସଫଳ ହେଉଛି ନା ବିଫଳ ହେଉଛି।

Leave A Reply

Your email address will not be published.