ହାଇୱା ତଳେ ଦବି ଜଣେ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ବାଇଁଶିଆ ଠାରେ ଘଟିଯାଇଛି ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ମନେଇ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ସୂଚନାନୁଯାୟୀ, ସବୁଦିନ ପରି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ବାଇଁଶିଆ ଠାରେ ଥିବା ପାନ ଦୋକାନରେ ମନେଇ ବସିଥିଲେ । ସେହି ସମୟରେ ଦୋକାନ ସାମ୍ନାରେ ଏକ ବାଲି ବୋଝେଇ ହାଇୱା ରୁ ବାଲି କଢାଯାଉଥିଲା । ହଠାତ ମାଟି ଦବିଯିବାରୁ ହାଇୱାଟି ଦୋକାନ ଉପରୁ ଢାଳିପଡିଥିଲା । ଯାହାଫଳରେ ମନେଇ ଦୋକାନ ସହ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ । ଟ୍ରକ ତଳେ ଚାପି ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.