ବ୍ରିଜ ଉପରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ଦଳେଇପଡାର ସାକିର ମିର୍ଦ୍ଧା ନାମକ ଜଣେ ଯୁବକଙ୍କ ସ୍କୁଟି ଏବଂ ଚପଲ ବୁର୍ଲା ପିସି ବ୍ରିଜ ଉପରୁ ପୋଲିସ ଜବତ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସାକିର ବ୍ରିଜରୁ ମହାନଦୀକୁ ଡେଇଁ ପଡିଥିବା ପୋଲିସ ଅନୁମାନ କରୁଛି ।

ସୂଚନା ଅନୁଯାୟୀ, ଗତ ରବିବାରଠାରୁ ସାକିର ନିଖୋଜ ଥିବା ନେଇ ପରିବାର ଲୋକ ସମ୍ବଲପୁର ଟାଉନଥାନାରେ ଏତଲା ଦେଇଥିଲେ । ବୁର୍ଲା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଅଗ୍ନିଶମବାହିନୀ ମଧ୍ୟ ମହାନଦୀରେ ଖୋଜାଖୋଜି କରି ଫେରିଛନ୍ତି । ମଙ୍ଗଳବାର ପୁଣି ଅଗ୍ନିଶମ ବାହିନୀ ଯୁବକଙ୍କ ସନ୍ଧାନ କରିବେ ବୋଲି ସୂଚନା ଦିଆଯାଇଛି ।

Sikhsya
Barta

Leave A Reply

Your email address will not be published.