ମତଦାନ ବେଳେ ଜଣେ ପୁଲିଂ ଅଫିସର ନିଲମ୍ବିତ ଓ ଅନ୍ୟଜଣେ ଅଫିସରଙ୍କୁ ଗିରଫ ନିର୍ଦ୍ଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ମତଦାନ ପ୍ରକ୍ରିୟା ସକାଳ ୭ଠାରୁ ଜାରି ରହିଛି । ତେବେ ଭୋଟରଙ୍କୁ ପ୍ରଭାବିତ କରିବା ଜଣେ ପ୍ରିଜାଇଡିଂ ଅଫିସରଙ୍କ ପାଇଁ ମହଙ୍ଗା ପଡିଛି । ସମ୍ପୃକ୍ତ ଅଫିସରଙ୍କୁ ନିଲମ୍ବନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ଏଭଳି ଘଟଣା ଘଟିଛି ସୁକିନ୍ଦା ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ୧୯୬ ନମ୍ବର ବୁଥରେ । ଉକ୍ତ ବୁଥର ଚତୁର୍ଥ ପୁଲିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଛି ଏ ନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଯାଜପୁର ଜିଲା ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀର ୧୯୧ ନଂ. ବୁଥ୍‌ରେ ଅଫିସର ବୈକୁଣ୍ଠ ନାଥ ମଲ୍ଲିକ ଏକ ନିର୍ଦ୍ଦିିଷ୍ଟ ଦଳକୁ ଭୋଟ ଦେବା ପାଇଁ ଭୋଟରଙ୍କୁ ପ୍ରଭାବିତ କରୁଥିଲେ । ଏ ନେଇ ଅଭିଯୋଗ ହେବାପରେ ଜିଲାପାଳ ତାଙ୍କୁ ନିଲମ୍ବନ କରିବା ସହ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.