ତିର୍ତ୍ତୋଲ ନିର୍ବାଚନ ଏକତରଫା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତିର୍ତ୍ତୋଲ ଜଗତସିଂହପୁର ଜିଲ୍ଲାର ଅନ୍ୟତମ ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ । ପୂର୍ବତନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସଙ୍କ ଅକାଳ ବିୟୋଗ, ଉପନିର୍ବାଚନ ସୃଷ୍ଟି କରିଛି । ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବିଜୟ ଶଙ୍କର ଦାସ ।

ବିରିଡି, ତିର୍ତ୍ତୋଲ ଏବଂ ରଘୁନାଥପୁରକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ ଶାସକ ଦଳ ବିଜେଡି ହାତରେ ୨୦୦୯ ରୁ ରହିଆସିଛି । ଗତ ନିର୍ବାଚନରେ ମଧ୍ୟ ବିଜୟ ବ୍ୟବଧାନ ବହୁତ ରହିଥିଲା । ଚଳିତ ଥର ଉପନିର୍ବାଚନ ମଧ୍ୟ ବିଜେଡି ପାଇଁ ସମାନ ଫଳ ଦୋହରାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

ବିଜେଡ଼ିରେ ଥିବା ଅନୁସୂଚିତ ଜାତି(ଏସ.ସି) ଏବଂ ସଂଖ୍ୟାଲଘୁ ଭୋଟର ଏକତରଫା ଭାବେ ବିଜେଡିକୁ ଭୋଟ କରିପାରନ୍ତି । ସେହିଭଳି ରଘୁନାଥପୁରରେ ବିଜେଡ଼ିର ଦୁଇ ଗୋଷ୍ଠି ଏକାଠି ହୋଇପାରିଲେ ଏହି ବ୍ଲକ ଏକାକୀ ୧୧,୦୦୦ ରୁ ୧୩,୦୦୦ ଲିଡ଼ ଦେଇପାରିବ । ଏଠି ନେତୃତ୍ୱଗତ ପରିଚାଳନା ର ଆବଶ୍ୟକତା ରହିଛି ।

ବିରିଡି ଓ ରଘୁନାଥପୁରକୁ ବାଦଦେଲେ ତିର୍ତ୍ତୋଲରେ ସ୍ଥିତି ଆଭରେଜ ରହିଛି । ବିଜେଡି ଘରଘର କ୍ୟାମ୍ପେନିଂ ପୂର୍ବରୁ କର୍ମୀ ସମ୍ବିଳନୀ କରି ଗୋଷ୍ଠି ବିବାଦ ସମାଧାନକୁ ଅଧିକ ଗୁରୁତ୍ୱ ଦେଉଛି । ଆଗାମୀ ୩ ରୁ ୪ଦିନ ମଧ୍ୟରେ ପଞ୍ଚାୟତ ୱାରି କର୍ମୀ ସମ୍ବିଳନୀ ସାରି ହାଉସ ଟ୍ୟାଗୀଙ୍ଗ ପଦ୍ଧତିରେ ପ୍ରଚାର କରାଯିବ । ବିଜେଡ଼ିର ଶୀର୍ଷ ନେତୃତ୍ୱ ସ୍ଥିତ ଖବର ଅନୁଯାୟୀ, ଯଦି ସବୁକିଛି ଠିକ ରୁହେ ଦଳ ୪୭,୦୦୦ ରୁ ୫୨,୦୦୦ ବ୍ୟବଧାନରେ ଜିତିପରିବ ବୋଲି ଆକଳନ କରାଯାଇଛି ।

Leave A Reply

Your email address will not be published.