ଶ୍ରୀଜିଉଙ୍କ ଦର୍ଶନ ଲାଗି ଅନଲାଇନ୍ ମାଧ୍ୟମରେ କରାଯିବ ପଞ୍ଜିକରଣ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣ ପାଇଁ ଦୀର୍ଘ ୪ମାସରୁ ଅଧିକ ଦିନ ହେବ ସମସ୍ତ ଧାର୍ମିକ ପୀଠକୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ତେଣୁ ମହାପ୍ରଭୁଙ୍କ ଦର୍ଶନରୁ ସାଧାରଣ ଭକ୍ତ ବଞ୍ଚିତ ରହିଥିଲେ । କରୋନାରେ ଅନ୍ଯାନ୍ଯ କଟକଣା କୋହଳ ହେବା ପରେ ଆଜି ଜଗନ୍ନାଥ ଦର୍ଶନ ପାଇଁ ବିଚାର ବିମର୍ଶ ଚାଲିଛି ।

ଏହି ପ୍ରସ୍ତାବ ଅନୁଯାୟୀ ଶ୍ରଦ୍ଧାଳୁଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନଲାଇନ୍‌ ପଞ୍ଜିକରଣ କରିବାକୁ ପଡ଼ିବ। ଏଥିଲାଗି ଏକ ସ୍ବତନ୍ତ୍ର ୱେବସ‌ାଇଟ୍ ଖୋଲାଯିବ। ପ୍ରଥମେ ପୁରୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁବିଧା ମିଳିବ । କୋଭିଡ଼ ମାର୍ଗଦର୍ଶିକା ଅନୁଯାୟୀ ଶ୍ରଦ୍ଧାଳୁଙ୍କୁ କୋଭିଡ୍-୧୯ ନେଗେଟିଭ୍ ବୋଲି ପ୍ରମାଣ ଦେବାକୁ ପଡ଼ିବ । ଏହାପରେ ବୁକିଂ କରିଥିବା ଶ୍ରଦ୍ଧାଳୁ ଅନଲାଇନରେ ଦର୍ଶନ କରିପାରିବେ । ଦିନକୁ ନିର୍ଦ୍ଦିଷ୍ଟ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ଉପଲବ୍ଧ ହେବ । ଅନ୍‌ଲାଇନ୍‌ ଦର୍ଶନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି ବୋଲି ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.