ଅନ୍‌ଲାଇନ୍ କ୍ଲାସ ବେଳେ ଗ୍ରୁପ୍‌ରେ ଅଶ୍ଳୀଳ ଫଟୋ ପଡ଼ିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନ୍‌ଲାଇନ୍ କ୍ଲାସ ବେଳେ ଗ୍ରୁପ୍‌ରେ ଅଶ୍ଳୀଳ ଫଟୋ ପଡ଼ିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। କଟକ DEOଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ସୁଦ୍ଧା DEO ତଦନ୍ତ କରି ରିପୋର୍ଟ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମୀର ଦାଶ କହିଛନ୍ତି।

ଅଭିଯୋଗ ଅନୁସାରେ, ହ୍ୱାଟ୍ସଆପ୍‌ରେ ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଗ୍ରୁପ୍‌ରେ ଅଶ୍ଲୀଳ ଫଟୋ ପଡ଼ିଥିଲା। ପ୍ରଧାନଶିକ୍ଷକ ନିଜେ ଏଭଳି କରିଥିବା ଅଭିଯୋଗ ହୋଇଛି। କଟକରୁ ଏଭଳି ଅଭିଯୋଗ ଆସିବା ପରେ ଘଟଣାକୁ ନେଇ ପ୍ରତିକ୍ରିୟା ଦେଖା ଦେଇଥିଲା।

Leave A Reply

Your email address will not be published.