ଆଜିଠାରୁ କଟକରେ ଅନଲାଇନରେ ବିକ୍ରି ହେବ ମଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ କଟକରେ ଅନଲାଇନରେ ବିକ୍ରି ହେବ ମଦ । ମଦର ହୋମ ଡେଲିଭରୀ ହେବ ।ଏନେଇ କଟକ ମଦ ବ୍ୟବସାୟୀ ସଙ୍ଘ ସୂଚନା ଦେଇଛି ।

ସୂଚନାନୁଯାୟୀ, ରାଜ୍ୟ ସରକାର ଶନିବାର ମଦର ହୋମ ଡେଲିଭରୀ ଓ ଅନଲାଇନ୍ ମଦ ବିକ୍ରିକୁ ଅନୁମତି ଦେଇଥିଲେ । ହେଲେ ରବିବାର ବ୍ୟବସାୟୀମାନେ ବିଭିନ୍ନ ଦାବି ନେଇ ଅଡି ବସିବାରୁ ଅନଲାଇନ୍ ରେ ମଦ ବିକ୍ରି ହୋଇପାରିନଥିଲା। ତେବେ ଆଲୋଚନା ପରେ କଟକ ମଦ ବ୍ୟବବସାୟୀ ସଙ୍ଘ ଅନଲାଇନ୍ ମଦ ବିକ୍ରି କରିବାକୁ ରାଜି ହୋଇଛି ।

ଗ୍ରାହକ ସକାଳ୭ରୁ ଦିନ ୧ଟା ଯାଏଁ ଅର୍ଡର କରିପାରିବେ। ହ୍ୱାଟସଆପ୍, ମୋବାଇଲ ନମ୍ବର ଓ କଲ୍ ମାଧ୍ୟମରେ ଅର୍ଡର କରିହେବ। ମଦ କାଉଣ୍ଟରର କର୍ମଚାରୀ ହୋମ ଡେଲିଭରୀ କରିବେ। ଦିନ ୧ଟୁର ସନ୍ଧ୍ୟା ୬ଟା ଯାଏଁ ଗ୍ରାହକଙ୍କୁ ମଦ ମିଳିବ। ଜିଲ୍ଲା ଅବକାରୀ ଅଧୀକ୍ଷକ ଓ ମଦ ବ୍ୟବସାୟୀ ସଙ୍ଘ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Leave A Reply

Your email address will not be published.