୬ ନମ୍ବର ପ୍ଲାଟଫର୍ମ ଗେଟ ଖୋଲିବାକୁ ଆଞ୍ଚଳିକ ବ୍ୟବସାୟ ଲୋକ ସଂଘର ଦାବି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ଦେଶରେ ମହାମାରୀ କୋଭିଡ଼-୧୯ କାୟା ବିସ୍ତାର କରିଛି । ଏହା ମଧ୍ୟରେ ଜୀବନ ଜୀବିକା ମଧ୍ୟ ଚାଲୁରହିଛି । ଅନଲକର ପର୍ଯ୍ୟାୟକ୍ରମେ ରେଳଠାରୁ ଆରମ୍ଭ କରି ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ଖୋଲିଛି । ଭୁବନେଶ୍ୱର ରେଳ ଷ୍ଟେସନରେ ୧ ନମ୍ବର ପ୍ଲାଟଫର୍ମ ଖୋଲିଥିବା ବେଳେ ୬ ନମ୍ବର ପ୍ଲାଟଫୋର୍ମ ଖୋଲୁନି । ଫଳରେ ସାଧାରଣ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ୬ ନମ୍ବର ପ୍ଲାଟଫର୍ମ ଗେଟ ଖୋଲିବାକୁ ପୁରୁଣା ବଜ଼ାର ବ୍ୟବସାୟୀ ସଂଘ ପକ୍ଷରୁ ଦାବି କରାଯାଇଛି ।

ସୂଚନା ଅନୁଯାୟୀ, ଆଞ୍ଚଳିକ ବ୍ୟବସାୟ ଲୋକ ସଂଘ ପକ୍ଷରୁ ଏକ ଦାବିପତ୍ର ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ପ୍ରଦାନ କରାଯାଇଛି । ଉତ୍ତର ବିଧାୟକ ଏସମ୍ୱନ୍ଧ ରେଳ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.