ବାଲେଶ୍ଵର ବିଜେଡି ପ୍ରାର୍ଥୀକୁ ଘୋର ବିରୋଧ, ଦେଖନ୍ତୁ ଭିଡିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ଵର ରାଜନୀତି ତୀବ୍ର ହେବାରେ ଲାଗିଛି । ଗୋଟେ ପଟେ ବିଜେଡ଼ି ସୁପ୍ରିମୋ ସମସ୍ତଙ୍କୁ ଚମକାଇ ସ୍ୱରୂପ କୁମାର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିନାହାଁନ୍ତି ବାଲେଶ୍ୱର ବିଜେଡ଼ି କର୍ମୀ । ତେଜୁଛି ବିରୋଧର ସ୍ୱର । ରାସ୍ତାରେ ବିରୋଧ ପ୍ରଦର୍ଶନ କରିଛନ୍ତି ବିଜେଡ଼ିର ଶତାଧିକ କର୍ମୀ । ସେମାନେ ସ୍ୱରୂପଙ୍କୁ ନିଜ ବିଧାୟକ ପ୍ରାର୍ଥୀ ଭାବେ ଗ୍ରହଣ କରିବାକୁ ନାରାଜ । ଏହି ଅସନ୍ତୁଷ୍ଟ କର୍ମୀମାନେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସପକ୍ଷରେ ଯୁକ୍ତି ରଖିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ପୂର୍ବରୁ ବିଜେଡିରେ ଏଭଳି ବିଦ୍ରୋହ ଦେଖିବାକୁ ମିଳିନଥିଲା । ଦଳର ସୁପ୍ରିମୋ ଯାହା ନାଁରେ ମୋହର ମାରିଥିଲେ ସମସ୍ତେ ତାହାକୁ ଗ୍ରହଣ କରିଥିଲେ । ମାତ୍ର କିଛିଦିନ ହେବ ଶାସକ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ଏବେ ସତ୍ୟ ପ୍ରମାଣିତ ହେବାକୁ ଯାଉଥିବା ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି ।

Leave A Reply

Your email address will not be published.