ଓଡିଶା ଇନଫ୍ରାଟେକ ନିର୍ଦ୍ଦେଶକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି କିଣାବିକା ମାମଲାରେ ମନୋରଞ୍ଜନ ଷଡଙ୍ଗୀ ଗିରଫ । ଓଡିଶା ଇନଫ୍ରାଟେକ ନିର୍ଦ୍ଦେଶକ ମନୋରଞ୍ଜନଙ୍କ ଗିରଫ କଲା କ୍ରାଇମବ୍ରାଞ୍ଚ । ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିଛି । ମନୋରଞ୍ଜନଙ୍କ ନାଁରେ ଦଫା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦-ବି ଏବଂ ଧାରା ୩ (୧) (ଜି) (କ୍ୟୁ) ଏସସି ଏସଟି ଆଇନରେ ତାଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ଜମି କାରବାର ନେଇ ଆଜି ତାଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚର ଇକୋନମିକ୍ ଅଫେନ୍ସ ୱିଙ୍ଗ । ଓଡିଶା ଇନଫ୍ରାଟେକ୍ କମ୍ପାନୀ ଲୋକଙ୍କୁ ଭୟଭୀତ ପଦ୍ଧତି ଆପଣାଇ ଅନୁସୂଚିତ ଜାତିର ଲୋକଙ୍କ ଜମି କ୍ରୟ ନେଇ ଆଜି ମନୋରଞ୍ଜନଙ୍କୁ ପଚରାଯାଇଥିଲା ।

Leave A Reply

Your email address will not be published.