ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବାଲେଶ୍ୱର ସ୍ଥିତ ଶୋଭରାମପୁର ନିକଟରେ ରେଲୱେ ଓଭରବ୍ରିଜର ନିର୍ମାଣ କାମ ଚାଲିଥିବା ବେଳେ ଏକ ବିମ୍ ଖସି ପଡ଼ିଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ବିମ୍ଟି ରେଳ ଧାରଣାରେ ପଡ଼ିଛି। ତା’ସହିତ ଏହା ଖସି ପଡ଼ିବା ଯୋଗୁ ରେଲୱେର ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିବାରୁ ବାଲେଶ୍ୱର ଦେଇ ରେଳ ଚଳାଚଳ ବ୍ୟାହତ ହୋଇଛି।ରେଳବାଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, କିଛି ସମୟ ପାଇଁ ଉକ୍ତ ଏହି ରୁଟ୍ ଦେଇ ରେଳ ଚଳାଚଳ ବନ୍ଦ କରାଯାଇଛି। ଏହି ବ୍ରିଜ୍ କେଉଁ କଂପାନୀ ତିଆରି କରୁଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି। କେଉଁ କାରଣରୁ ଏଭଳି ଅଘଟଣ ଘଟିଲା, ସେନେଇ ତଦନ୍ତ ଜାରି ରହିଛି।
ଦକ୍ଷିଣ ପୂର୍ବ ରେଳପଥର ଡିଭିଜନାଲ୍ ଟ୍ରାଫିକ୍ ଇନ୍ସପେକ୍ଟର ଏ. କେ. ଖୁଣ୍ଟିଆ କହିଛନ୍ତି, “ବିମ୍ଟି କେଉଁ କାରଣରୁ ପଡ଼ିଲା ତଦନ୍ତ ପରେ ଜଣାପଡ଼ିବ। ଏହି ରୁଟ୍ରେ ରେଳ ଚଳାଚଳକୁ ଖୁବଶୀଘ୍ର ସ୍ୱାଭାବିକ କରିବା ପାଇଁ ଆମେ ଚେଷ୍ଟା କରୁଛୁ। କୌଣସି ଟ୍ରେନ୍ ବାତିଲ କରାଯାଇ ନାହିଁ। ଟ୍ରେନ୍ ଆସିବାରେ ବିଳମ୍ୱ ହେବ।”