ଗଞ୍ଜାମ ମଡେଲ୍‌କୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଶଂସା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଗଞ୍ଜାମ ମଡେଲ୍ ବିଶ୍ୱରେ ପ୍ରଶଂସିତ ହୋଇଛି। ଗଞ୍ଜାମ ଜିଲ୍ଲାରେ କରୋନାକୁ ମାତ୍ ଦେବା ପାଇଁ ରାଜ୍ୟ ସରକାର ଯେଉଁ ମଡେଲ୍ ଆପଣାଇଥିଲେ, ତାହା ବେଶ୍ ସଫଳ ହୋଇଛି। ଏହି ମଡେଲକୁ ଏବେ ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରଶଂସା କରିଛି।
କରୋନାକୁ ସଫଳ ଭାବେ ନିୟନ୍ତ୍ରଣ କରାଯାଇପାରେ, ତାହା ଓଡ଼ିଶାର ଗଞ୍ଜାମ ଓ ମହାରାଷ୍ଟ୍ରର ଧରାବୀରୁ ଶିଖିବା ଦରକାର ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି। ସଂକ୍ରମଣ ରୋକିବା ପାଇଁ ଛୋଟ ଛୋଟ ଅଞ୍ଚଳ ପ୍ରତି ଧ୍ୟାନ ଦେବା ଦରକାର ବୋଲି ଗଞ୍ଜାମ ଜିଲ୍ଲା ଓ ଧରାବୀ ବସ୍ତିର ଉଦାହରଣ ଦେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି।

କରୋନା ସଂକ୍ରମଣ ନେଇ ୩୧୦ଟି ସହର ଉପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଧ୍ୟୟନ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ପକ୍ଷରୁ କୁୁହାଯାଇଛି ଯେ, ଗଞ୍ଜାମ ଓ ଧରାବୀରେ ହଜାର ହଜାର ଲୋକ ସଂକ୍ରମିତ ହୋଇଥିଲେ । କିନ୍ତୁ ଆଜି ଏଠାରେ ୨ ଶହରୁ ବି କମ୍ ରୋଗୀ ଅଛନ୍ତି । ଗଞ୍ଜାମ ଜିଲ୍ଲା ଓ ଧରାବୀ ବସ୍ତି ମଡେଲ୍‌ରୁ ଅନେକ କିଛି ଶିଖିହେବ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦର୍ଶାଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟୟନରେ ଦର୍ଶାଯାଇଛି ଯେ, ଗଞ୍ଜାମ ଜିଲ୍ଲାରେ ମେ’ ଦୁଇ ତାରିଖରେ କରୋନାର ପ୍ରଥମ ମାମଲା ଆସିଥିଲା। ଅଗଷ୍ଟ ମାସରେ ରୋଗୀ ସଂଖ୍ୟା ୫୯ ପ୍ରତିଶତ ହୋଇଯାଇଥିଲା। କିନ୍ତୁ ବିଭିନ୍ନ ଉପାୟ ଦ୍ୱାରା ରୋଗୀ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ କରାଯାଇପାରିଥିଲା । ଗଞ୍ଜାମରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟର ନବୀନ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର ଉଦାହରଣ ଦେଇଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ । ସଂକ୍ରମଣ ନିୟନ୍ତ୍ରଣ ପାଇଁ ଗଞ୍ଜାମ ସମେତ ସବୁ ଜିଲ୍ଲାରେ ସରପଞ୍ଚମାନଙ୍କୁ ଅଧିକ କ୍ଷମତା, ସବୁ ଗାଁରେ କୋଭିଡ ପରିଚାଳନା କମିଟି ଭଳି ଉଦାହରଣ ଦେଇଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ।

ଓଡ଼ିଶାର ଗଞ୍ଜାମ ଜିଲ୍ଲା ପରି ମହାରାଷ୍ଟ୍ରରେ ଥିବା ଏସିଆର ସବୁଠାରୁ ବଡ଼ ବସ୍ତି ଧରାବୀରେ ବି କରୋନା ମୁକାବିଲା ନେଇ ନିଆଯାଇଥିବା ସଫଳ ପଦକ୍ଷେପ ସଂପର୍କରେ ମଧ୍ୟ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟୟନ ରିପୋର୍ଟରେ ସ୍ଥାନ ପାଇଛି । ସୂଚନାଯୋଗ୍ୟ ଯେ, ଉଭୟ ଗଞ୍ଜାମ ଓ ଧରାବୀ ମଡେଲ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ବି ଉଚ୍ଚ ପ୍ରଶଂସିତ ହୋଇପାରିଛି ।

Barta
Sikhsya

Leave A Reply

Your email address will not be published.