ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ଶୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ଦଳ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସ୍ବର୍ଗତ ପଟ୍ଟନାୟକଙ୍କ ମୁତ୍ୟୁ ଖବର ପାଇବା କ୍ଷଣି ପାର୍ଟିର ରା଼ଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଅଶୋକ ନଗର ସ୍ଥିତ ତାଙ୍କ ବାସଭବନକୁ ଯାଇ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ।

ଶ୍ରୀ ମହାପାତ୍ର ସ୍ବର୍ଗତ ପଟ୍ଟନାୟକଙ୍କୁ ଶେଷ ସମ୍ମାନ ଜଣାଇବା ସହ ସ୍ବର୍ଗତ ପଟ୍ଟନାୟକଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ l ଭବାନୀ ବାବୁଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ନିଜ ଶୋକ ବାର୍ତ୍ତା ରେ ଫରୱାର୍ଡ଼ ବ୍ଲକ ପକ୍ଷରୁ ପ୍ରକାଶ କରିବା ସହ ଭବାନୀ ବାବୁଙ୍କ ଦେଶପ୍ରେମ, ସମାଜ ଓ ଦେଶ ତଥା ସାଧାରଣ ମଣିଷ ପ୍ରତି ତାଙ୍କର ନିଷ୍ଠା ଓ ଅଂଗୀକାରବଦ୍ଧତା ଆଗାମୀ ପୀଢି ପାଇଁ ପ୍ରେରଣାର ଉତ୍ସା ହୋଇ ରହିବ ବୋଲି ପ୍ରକାଶ କରାଯାଇଛି । ଏହି ଶୋକ ବାର୍ତ୍ତାରେ ତାଙ୍କ ଶୋକ ସନ୍ତପ୍ତ ପରିବାରବର୍ଗ ତଥା ତାଙ୍କର ଅନୁଗାମୀମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ତାଙ୍କ ଅମର ଆତ୍ମାର ସଦ୍‍ଗତି ପାଇଁ ଶ୍ରୀ ମହାପାତ୍ର କାମନା କରିଛନ୍ତି ।

Leave A Reply

Your email address will not be published.