ଭାରତୀୟ ପାଇଲଟଙ୍କୁ ବନ୍ଦୀ କଲା ପାକିସ୍ତାନ: ଦେଖନ୍ତୁ ଭାଇରଲ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ-ପାକ୍‌ ସୀମାରେ ଆରମ୍ଭ ହୋଇଯାଇଛି ଯୁଦ୍ଧ ପରିସ୍ଥିତି । ଗତକାଲି ଭାରତ କରିଥିବା ଏୟାରଷ୍ଟ୍ରାଇକ ପରେ ଆଜି ଭାରତର ଏକ ବିମାନକୁ କ୍ରାସ୍‌ କରିଛି ପାକିସ୍ତାନ । ପାକିସ୍ତାନ ସେନା ବୁଧବାର ସୀମା ପାର୍‌ କରି ଦୁଇଟି ଭାରତୀୟ ବାୟୁସେନା ବିମାନକୁ ଗୁଳି କରି ଖସାଇ ଦେଇଛି । ଏଥିସହ ଜଣେ ଭାରତୀୟ ପାଇଲଟଙ୍କୁ ବନ୍ଦୀ କରି ନେଇଛି ବୋଲି ଏକ ଭିଡିଓ ରିଲିଜ କରିଛି । ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଡକାଯାଇଥିବା ଖବରଦାତା ସମ୍ମିଳନୀରେ ବିଦେଶ ମନ୍ତ୍ରଳାୟ ପ୍ରବକ୍ତା ରବିଶ କୁମାର କହିଛନ୍ତି, ପ୍ରତି ଆକ୍ରମଣରେ ଭାରତୀୟ ଜେଟ ବିମାନ ମିଗ-୨୧ର ପତ୍ତା ଏଯାଏ ମିଳିପାରି ନାହିଁ । ଏବଂ ଜଣେ ଭାରତୀୟ ପାଇଲଟ ନିଖୋଜ ଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ଅପରପକ୍ଷେ ବୁଧବାର ସକାଳୁ ଏଫ-୧୬ ପାକିସ୍ତାନୀ ଜେଟ ଭାରତ ସୀମା ଅତିକ୍ରମ କରିବାକୁ ପ୍ରୟାସ କରୁଥିବାବେଳେ ଭାରତୀୟ ସେନାର ଗୁଳିମାଡରେ ଏହା ଖସିପଡିଥିଲା ।
ବର୍ତ୍ତମାନ ନେସନାଲ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରଲ ହେବାରେ ଲାଗିଛି । ଏହି ଭିଡ଼ିଓର ସତ୍ୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.