ପୁଲଓ୍ବାମା ଆତଙ୍କୀ ହାମଲା, ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କଲା‌ ଭାରତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ଭାରତରେ ବ୍ୟାନ କରାଯାଇଛି । ସୋମବାର ଅଲ ଇଣ୍ଡିଆ ସିନେ ଓ୍ବାର୍କର୍ସ ଆସୋସିଏଶନ(ଏଆଇସିଡବ୍ଲୁଏ) ପକ୍ଷରୁ କୌଣସି ପାକିସ୍ତାନ କଳାକାରଙ୍କୁ ସୁଯୋଗ ଦିଆଯିବ ନାହିଁ ବୋଲି ଦୃଢ ଭାବେ ପ୍ରକାଶ କରିଯାଇଛି । ଯଦି ଏହାକୁ କେହି ପାଳନ ନକରେ ତେବେ ଉକ୍ତ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆସୋସିଏଶନ ପକ୍ଷରୁ କୁହାଯାଇଛି । ପଠାନକୋଟ୍ ବିସ୍ଫୋରଣର ସମୟରେ ବି ପାକିସ୍ତାନୀ କଳାକାରଙ୍କୁ ଭାରତରେ ବ୍ଯାନ କରାଯାଇଥିଲା ।
ସୂଚନାଯୋଗ୍ୟ, ଗତ ୧୪ତାରିଖରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ୪୫ଜଣ ସିଆରପିଏଫ୍‌ ଯବାନ ଶହୀଦ ହୋଇଥିଲେ । ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ପକ୍ଷରୁ ଏହି ହାମଲା କରାଯାଇଥିଲା ।

Leave A Reply

Your email address will not be published.