ପାକିସ୍ତାନ ତିଆରି କରୁଛି ସିକ୍ରେଟ୍ ଭାଇରସ୍,ଡ୍ରାଗନ ସହ କରିଛି ଡିଲ୍ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତକୁ ଘେରିବାକୁ ପାକିସ୍ତାନ ଓ ଚୀନ ହାତ ମିଳାଇଛନ୍ତି । ଚୋରି ଜ୍ଞାନରେ ପରମାଣୁ ବୋମା ତିଆରି କରିବା ଭଳି ପାକିସ୍ତାନ ଏବେ ଜୈବିକ ଅସ୍ତ୍ର ତିଆରି କରୁଛି । ଡ୍ରାଗନ ପାକିସ୍ତାନକୁ ଦେଉଛି ଭାଇରସ ଦାନା ।

ଉହାନ ଲାବରୁ ଚୀନା ଭାଇରସ ବାହାରିଥିଲା । ଅନେକ ଦିନ ହେଲା ଟ୍ରମ୍ପ ଚିତ୍କାର କରି କହି ଆସୁଛନ୍ତି । ଆମେରିକା ଖୋଲାଖୋଲି କହୁଛି । କିଛି ଦେଶ ପରୋକ୍ଷରେ କହୁଛନ୍ତି ଡ୍ରାଗନ ହାତରେ ରକ୍ତ । ଲକଡାଉନ୍ ପାଇଁ ଚୀନ୍ ଦାୟୀ । କିନ୍ତୁ ଚୀନ୍ ଏହାକୁ ସଫା ସଫା ଏଡାଇ ଯାଉଛି । ଖାଲି ଏତିକି ନୁହେଁ,ଭାରତୀୟ ସୁରକ୍ଷା ଏଜେନ୍ସୀଙ୍କ ଦାବି ପଛରେ ଯଦି ସତ ଥାଏ,ତେବେ ଦୁନିଆ ଆଉ ଗୋଟିଏ ବଡ ବିପଦ ସହ ମୁହାଁମୁହିଁ ହେବାକୁ ଯାଉଛି ।

Leave A Reply

Your email address will not be published.