ପଂଚାୟତିରାଜ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଓ ଆଇଏଏସ୍ ଉଷା ପାଢ଼ୀଙ୍କୁ ପଦୋନ୍ନତି

0

ଆଜି ରାଜ୍ୟ ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି। ଏହାସହିତ ଆଇଏଏସ୍ ଉଷା ପାଢ଼ୀଙ୍କୁ ମଧ୍ୟ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।

କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି ଆଜି ୧୯୯୩ ବ୍ୟାଚ୍ ଆଇଏଏସ୍ ତଥା ପଂଚାୟତିରାଜ ସଚିବ ଶ୍ରୀ ମୀନାଙ୍କୁ କେନ୍ଦ୍ର ସରକାରରେ ଅତିରିକ୍ତ ସଚିବ ପାହ୍ୟାରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ମୀନା ଅଗଷ୍ଟ ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ି ନିଜର ଏହି ନୂଆ ଦାୟିତ୍ୱ ସମ୍ଭାଳିବେ।

ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢ଼ୀଙ୍କୁ ଯୁଗ୍ମ ସଚିବରୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଶ୍ରୀମତୀ ପାଢ଼ୀ ଏବେ କେନ୍ଦ୍ର ସରକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କାର୍ଯ୍ୟରତ ଅଛନ୍ତି।

SOA post below
Leave a comment