ପାଣ୍ଡିଆନ୍‌ ଜଣେ କିରାଣୀ- ଦାମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାମ୍ବାଦିକ ଙ୍କୁ ଦେଖି ପୁଣି ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ଅନ୍ୟକୁ କଟାକ୍ଷ କରି ସବୁବେଳେ ଚର୍ଚ୍ଚା ରେ ରହୁଥିବା ନେତା ଭାବରେ ସେ ଜଣାଶୁଣା। କିନ୍ତୁ ଏହି କଟାକ୍ଷ ପାଇଁ ମନ୍ତ୍ରୀପଦ ହରାଇବାପରେ ଜନସାଧାରଣ ଙ୍କ ଲୋକଲୋଚନକୁ ଆସିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କର ଉପହାସ କରିବାକୁ ପଛାଇ ନାହାନ୍ତି ଏହି ବରିଷ୍ଠ ନେତା।

ଘଟଣା କ୍ରମେ

ରବିବାର ସାମ୍ବାଦିକଙ୍କ ପ୍ରଶ୍ନରେ ବେପରୁଆ ଭାବେ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ପାଣ୍ଡିଆନ କିଏ ବୋଲି ପଲଟା ପ୍ରଶ୍ନ କରିଥିବା ବେଳେ ତାଙ୍କ ପାଖରେ ମୋର କିଛି କାମ ନାହିଁ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ବହୁ ଲୋକ କାମ କରୁଛନ୍ତି। ସେମାନଙ୍କ ମଧ୍ୟରେ ପାଣ୍ଡିଆନ ବି ଜଣେ ହୋଇଥିବେ। ତାଙ୍କୁ ଏତେ ଗୁରୁତ୍ୱ କାହିଁକି ଦିଆଯାଉଛି। ରାଜ୍ୟର ସବୁକଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଝନ୍ତି। ଯଦି ବୈଜୟନ୍ତ ପଣ୍ଡା ଭାବୁଛନ୍ତି ପାଣ୍ଡିଆନ ଦଳକୁ ନଷ୍ଟ କରୁଛନ୍ତି ତେବେ ଦଳରେ ଥିବା ସମୟରେ ତାଙ୍କୁ ବିରୋଧ କ’ଣ ପାଇଁ କରୁ ନଥିଲେ। ସେ ଦଳରେ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କର ଘନିଷ୍ଠ ଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ କହି ପାରିଥାନ୍ତେ। ମୁଖ୍ୟମନ୍ତ୍ରୀଙ୍କ ଉପରେ କାହାରି ଛାୟା ନାହିଁ। ଏବଂ ଓଡ଼ିଶା ସେକ୍ରେଟାରିଏଟରେ ୪ ହଜାର କର୍ମଚାରୀ ଅଛନ୍ତି। ତା’ ଭିତରେ ପାଣ୍ଡିଆନ ଜଣେ କିରାଣୀ ହୋଇଥିବେ। ମୁଁ ତାଙ୍କୁ କେବେ ଦେଖିନି କି ଚିହ୍ନିନି। ତାଙ୍କ ସହ ମୋର କେବେ ଦେଖା ହୋଇନି। ମୁଁ ଜଣେ ରାଜନେତା, ତାଙ୍କ ପାଖେ ମୋର କି କାମ ବୋଲି ଦାମ କହିଛନ୍ତି।

Sikshaya
Leave A Reply

Your email address will not be published.