ରାୟପୁର ରୁ ଆସିଥିଲା ଉପହାର ବୋମା

0

ଓଡ଼ିଶା ଫାଷ୍ଟ ( ଜିତେନ୍ଦ୍ର ମହାନ୍ତି )ଉପହାର ରୂପେ ଆସିଥାବା ଯମଦୂତ ଘଟଣା ରେ ଆଜି ଫରେନସିକ ଟିମ ବଲାଙ୍ଗୀର ଯାଇ ସୌମ୍ୟ ଙ୍କ ଘର ଯାଞ୍ଚ କରୁଛି। ଏହା ଏକ ପାର୍ଶଲ ବୋମା ଓ ଫ୍ଲାଇଂ କିଙ୍ଗ କୋରିଅର କମ୍ପାନୀ ଦ୍ଵାରା ଆସିଥିବା ଜଣାପଡ଼ିଛି। କୋରିଅର କମ୍ପାନୀ ର ମୁଖ୍ୟ ଅଫିସ କୁ ତଦନ୍ତ ପାଇଁ ଦୁଇଟି ଟିମ ଯାଇଥିଲା। ପାର୍ଶଲ ବୋମା ରାୟପୁର ରୁ ଆସିଥିବା ତଦନ୍ତ ରୁ ଜଣା ପଡ଼ିଛି। ଏ ଉପହାର କିଏ ଦେଇଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ରୀନା ଙ୍କ ନୂଆ ନୂଆ ବାହାଘର ହୋଇଥିଲା। ଅନେକ ସ୍ୱପ୍ନ ନେଇ ଶାଶୂଘରକୁ ଆସିଥିଲେ। ମାତ୍ର ହାତରୁ ମେହେନ୍ଦି ଆଉ ପାଦରୁ ଅଳତା ଲିଭି ବା ପୂର୍ବରୁ ଲିଭିଗଲା ମଥାରୁ ସିନ୍ଦୂର। ରୀନା ଙ୍କ ଜୀବନ ଦୀପ ମଧ୍ୟ ଲିଭିବ ଲିଭିବ ହେଉଛି। ବିଧାତା ର ଏକି ଖେଳ। ହସ ଖୁସି ଦେଲ ଓ କ୍ଷଣକେ ତାହା ଛଡ଼ାଇ ନେଲ। ସତରେ ଯେମିତି କାହାର ନଜର ଲାଗିଗଲା ତାଙ୍କର ନୂଆ କରି ଗଢିବାକୁ ଯାଉଥିବା ସଂସାର ଉପରେ।

ଏହା ହେଉଛି ବଲାଙ୍ଗୀର ଜିଲ୍ଲାରେ ଶୁକ୍ରବାର ଘଟିଥିବା ବିସ୍ଫୋରଣ ଘଟଣାର ପୀଡିତା ରୀନା ଙ୍କ କଥା। ୧୮ ତାରିଖରେ ବ୍ରହ୍ମପୁରା ସୌମ୍ୟ ଶେଖରଙ୍କ ବିବାହ ହୋଇଥିଲା ତାଙ୍କ ସହ। ୨୦ ତାରିଖରେ ସୌମ୍ୟଙ୍କ ଘରେ ଅଭ୍ୟର୍ଥନା ଭୋଜି ଦିଆଯାଇଥିଲା । ହସଖୁସି, ହୋ ହଲ୍ଲାରେ କମ୍ପୁଥିଲା ସାରା ପରିବେଶ। ବନ୍ଧୁ, ବାନ୍ଧବ ସମସ୍ତେ ସୌମ୍ୟ-ରୀନାଙ୍କ ଯୋଡିକୁ ପ୍ରଶଂସା କରିଥିଲେ। ଦୁହେଁ ଦୁହିଁ ଙ୍କୁ ଜୀବନସାଥୀ ଭାବରେ ପାଇ ଖୁବ ଖୁସି ଥିଲେ।

ହେଲେ ଏଇ କାଳ ଶୁକ୍ରବାର ସବୁ ସୁଖକୁ ଜାଳିଦେଲା। ସକାଳୁ ସକାଳୁ ସୌମ୍ୟ ନିଜ ଜେଜେମା ଓ ରୀନା ସହିତ ବାହାଘରରେ ମିଳିଥିବା ଉପହାର ସବୁ ଖୋଲୁଥିଲେ ହେଲେ ହଠାତ୍‌ ସବୁ ଓଲଟି ଗଲା। ବିସ୍ଫୋରଣ ଶବ୍ଦରେ ଥରି ଉଠିଲା ସାରା ଘର। କାନ୍ଥ ଫାଟିଗଲା। ରୋଷେଇ ଘରେ ଲାଗିଥିବା ମାର୍ବଲ ସବୁ ଭାଙ୍ଗି ଚୂରମାର୍‌ ହୋଇଗଲା। କିଛି ବୁଝିବା ଆଗରୁ କାନ ତାବ୍‌ଦା ହୋଇଯାଉଥାଏ। ସମସ୍ତେ ପ୍ରକୃତିସ୍ଥ ହେବା ପରେ କାନ୍ଦ ବୋବାଳିରେ ଫାଟିପଡିଲାଣି ଘର। ସୌମ୍ୟ, ତାଙ୍କ ନବ ବିବାହିତା ପତ୍ନୀ ରୀନା ଓ ସୌମ୍ୟାଙ୍କ ବୃଦ୍ଧା ଜେଜେମା ରକ୍ତ ରେ ଜୁଡୁବୁଡୁ ହୋଇ ତଳେ ପଡିଥିଲେ। ଆଉ ଡାକ୍ତରଖାନାରେ ଜଣଙ୍କ ପରେ ଜଣେ ଆଖି ବୁଜିଲେ। ପ୍ରଥମେ ଜେଜେମା ଆଉ ତା ପରେ ନାତୀ ଚାଲିଗଲେ ଆରପାରିକୁ। ବାକି ରହିଗଲେ ନାତୁଣୀବୋହୂ। ବର୍ତ୍ତମାନ ମଧ୍ୟ ରୀନା ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।

Leave A Reply

Your email address will not be published.