ପରୀ ହତ୍ୟା ଘଟଣାରେ ରାଜଭବନ ସମ୍ମୁଖରେ ବିଜେପିର ଧାରଣା, ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୟାଗଡ଼ ପରୀ ହତ୍ୟା ଘଟଣାରେ ତୀବ୍ର ହୋଇଛି ଭାରତୀୟ ଜନତା ପାର୍ଟି(ବିଜେପିର) ଆନ୍ଦେଳନ। ରାଜଭବନ ସମ୍ମୁଖରେ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ରହି ଧାରଣା ଦେଇଥିବା ଦେଖିବାକୁ ମିିଳିଛି। ଏହି ଧାରଣରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ନେତା ସାମିଲ୍‌ ହୋଇଥିବା ସୂଚନା ରହିଛି। ପରୀ ଘଟଣାର ସିବିଆଇ ତଦନ୍ତ ଦାବି ଓ ଅପରାଧୀକୁ ଛତ୍ରଛାୟା ତଳେ ରଖିଥିବା ଅଭିଯୋଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଏହି ଧାରଣା ହୋଇଥିବା ଜାଣିବାକୁ ମିଳିଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେତେବେଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରାଯାଇଛି।

Leave A Reply

Your email address will not be published.