ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଆଜି ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାକୁ ନାବାଳକ ବୋଲି କୋର୍ଟ ଘୋଷଣା କରିଛି। ଏନେଇ ଗତକାଲି ପ୍ରମାଣ ପତ୍ର ଦାଖଲ କରାଯାଇଥିଲା।
ସୂଚନାଯୋଗ୍ୟ, ପରୀ ହତ୍ୟା ପରେ ନ୍ୟାୟ ନମିବାରୁ ପରୀର ପରିବାର ଲୋକେ ନ୍ୟାୟ ପାଇଁ ଆତ୍ମାହୁତୀ ଉଦ୍ୟମ କରିଥିଲେ। ଏନେଇ ବିଧାନସଭା ଅଧିବେଶନରେ ମଧ୍ୟ ବିରୋଧୀ ଦଳ ନେତା ଗର୍ଜନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଘଟଣାରେ ଏସଆଇଟି ଟିମ ଗଠନ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏହି ଘଟଣାକୁ ଯାଞ୍ଚକରି ଏହାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଥିଲେ।