ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନୟାଗଡ଼ ପରୀ ହତ୍ୟା ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାଁ ଗଣମାଧ୍ୟକୁ ପ୍ରକାଶ ହୋଇନଥିଲା ବେଳେ ସେହି ବ୍ୟକ୍ତି ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଅରୁଣ ବୋଥ୍ରା କହିଛନ୍ତି। କହିଛନ୍ତି ଯେ, ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି। ଆମେ ଯାହାକୁ ଗିରଫ କରିଛୁ, ତା ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ଦୁଷ୍କର୍ମ ଉଦ୍ୟମରୁ ହିଁ ହତ୍ୟା ଘଟିଛି। ଏସଆଇଟି ଗିରଫ ବ୍ୟକ୍ତି ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ବୋଥ୍ରା କହିଛନ୍ତି ।
ଅଭିଯୁକ୍ତକୁ ନୟାଗଡ଼ ଜିଲ୍ଲା ହସ୍ପିଟାଲ ନିଆଯାଇ ସେଠାରେ ତାର ସ୍ୱାସ୍ଥ୍ୟର ମଧ୍ୟ ଯାଞ୍ଚ କରାଯାଇଥିଲା। ଅଭିଯୁକ୍ତର ସ୍ବାସ୍ଥ୍ୟ ଯାଞ୍ଚ ପରେ ତାକୁ ଯଦୁପୁର ନିଆଯାଇଛି। ପୂର୍ବରୁ ସକାଳେ ଏସଆଇଟି ୨ ଜଣ ଅଧିକାରୀ ଯଦୁପୁରରେ ପହଞ୍ଚି ସରୋଜ ସେଠୀଙ୍କ ମାଆଙ୍କୁ ପଚରାଉଚରା କରିଥିଲେ।