ଜୋମାଟୋ ଡେଲିଭରି ବୟଙ୍କ ସପକ୍ଷରେ ବାହାରିଲେ ଅଭିନେତ୍ରୀ ପରିଣୀତି ଚୋପ୍ରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କିଛି ଦିନ ହେବ ହାଇଦ୍ରାବାଦ୍‌ର ଜୋମାଟୋ ଡେଲିଭରି ବୟ ଓ ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାରେ କିିଛି ଲୋକେ ମହିଳାଙ୍କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ଡେଲିଭୟ ବୟ ଜଣଙ୍କୁ ନିଜର ସମର୍ଥନ ଦେଇଛନ୍ତି। ଅଭିନେତ୍ରୀ ପରିଣୀତି ଚୋପ୍ରା ଏହି ଘଟଣାରେ ନିଜର ସମର୍ଥ ଡେଲିଭରି ବୟଙ୍କୁ ଦେଇଛନ୍ତି। ସେ ଉଭୟ ଟ୍ବିଟ୍‌ ଏବଂ ଇନ୍‌ଷ୍ଟା ପୋଷ୍ଟ୍‌ କରି ଜୋମାଟୋର ଡେଲିଭରି ବୟଙ୍କୁ ନିଜର ସମର୍ଥନ ଜଣାଇଛନ୍ତି।
ପରିଣୀତି ଟ୍ବିଟ୍‌ କରି ଲେଖିଛନ୍ତି, ‘ଜୋମାଟୋ ଇଣ୍ଡିଆ-ଦୟାକରି ସତ କ’ଣ ଜାଣିବା ପରେ ରିପୋର୍ଟ ସର୍ବସାଧାରଣ କରନ୍ତୁ। ଯଦି ସେ ଭଦ୍ର ବ୍ୟକ୍ତି ଜଣକ ନିର୍ଦ୍ଦୋଷ(ମୁଁ ବିଶ୍ବାସ କରୁଛି ସେ ନିର୍ଦ୍ଦୋଷ ବୋଲି) ତେବେ ମହିଳା ଜଣକ ଦଣ୍ଡିତ ହେବା ଆବଶ୍ୟକ। ଏହା ଅମାନୁଷିକତା, ଲଜ୍ଜାଜନକ ଓ ହୃଦୟବିଦାରକ। ମୋତେ କୁହନ୍ତୁ, ମୁଁ କିପରି ଭାବେ ସାହାଯ୍ୟ କରିପାରିବି?’ ସେ ତାଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ରେ କହିଛନ୍ତି କି ବିନା କାରଣରେ ଡେଲିଭୟରି ବୟଙ୍କୁ ହଇରାଣ ହେବାକୁ ପଡ଼ିଛି। ତାଙ୍କ ଯନ୍ତ୍ରଣାର ଭରଣା ସେ ମହିଳାଙ୍କୁ କରିବାକୁ ପଡ଼ିବ।
ଉଲ୍ଲେଖଯୋଗ୍ୟ, ନିକଟରେ ଫୁଡ୍‌ ଡେଲିଭରିଂ ସାଇଟ୍‌ ‘ଜୋମାଟୋ’ର ଜଣେ ଡେଲିଭରି ବୟ ବେଙ୍ଗାଲୁରର ଜଣେ ମହିଳା ଗ୍ରାହକଙ୍କୁ ଆକ୍ରମଣ କରି ନାକ ଫଟାଇ ଦେଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଡେଲିଭରି ବୟ ଜଣକ। ସେ କହିଛନ୍ତି ମହିଳା ଜଣକ ପ୍ରଥମେ ତାଙ୍କୁ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଚପଲରେ ପିଟିଥିଲେ। ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ମହିଳା ଜଣକ ବରାଦ ଦେଇଥିବା ଖାଦ୍ୟ ବାତିଲ୍‌ କରିବା କାରଣରୁ ତାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ ‘ଜୋମାଟୋ’ର ଡେଲିଭରି ବୟ। ମାତ୍ର ଏହା ସଂପୂର୍ଣ୍ଣ ଗୁଜବ ବୋଲି ଅଭିଯୁକ୍ତ ଡେଲିଭରି ବୟ ଜଣକ ନିଜ ବୟାନରେ ସଫେଇ ଦେଇଛନ୍ତି।

Leave A Reply

Your email address will not be published.