ପଟଣାଗଡ଼ ବିଧାୟକଙ୍କୁ ମିଳିଲା ଜାମିନ

0

ଓଡିଶା ଫାଷ୍ଟ(ବ୍ୟୁରୋ): ପାଟଣଗଡ ବିଧାୟକଙ୍କୁ ମିଳିଲା ଜାମିନ । ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରୁ ସରୋଜଙ୍କୁ ମିଳିଲା ଜାମିନ । ୨ ଜଣ ଜାମିନଦାର ଏବଂ ୨୫ ହଜାର ଟଙ୍କା ବଦଳରେ ସରୋଜଙ୍କୁ ଏହି ଜାମିନ ମିଳିଛି

ସୂଚନା ଅନୁଯାୟୀ, ସରକାରୀ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ମାମଲାରେ ସରୋଜ ଗିରଫ ହୋଇଥିଲେ । ଜେଲ୍ ରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଜାମିନ ଆବେଦନ ପାଇଁ ତାଙ୍କୁ କଡା ସୁରକ୍ଷା ସହ ଭୁବନେଶ୍ୱର ଅଣାଯାଇଥିଲା । ମାତ୍ର ସେ ସମୟରେ ଓକିଲଙ୍କ ଆନ୍ଦୋଳନ ଚାଲିଥିବାରୁ ବିଧାୟକ ନିଜେ ଜଜଙ୍କ ସମ୍ମୁଖରେ ନିଜ ପକ୍ଷ ରଖିଥିଲେ । ସେହିପରି ଅଭିଯୋଗକାରି କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ଓ କନିଷ୍ଠ ଯନ୍ତ୍ରୀ ମଧ୍ଯ ନିଜ ପକ୍ଷ ରଖିଥିଲେ । କିନ୍ତୁ କୋର୍ଟ ବିଧାୟକଙ୍କ ଜାମିନ ଶୁଣାଣିକୁ ୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଥିଲେ ଆଉ ତାପରେ ଝାରପଡା ଜେଲକୁ ସରୋଜଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

ଆଜି ସରୋଜଙ୍କୁ ଜାମିନ ଶୁଣାଣି ପରେ ତାଙ୍କ ଜାମିନକୁ ମଞ୍ଜୁରୀ କରିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟ । ୨ ଜଣ ଜାମିନଦାର ଓ ୨୫ ହଜାର ଟଙ୍କା ଜାମିନ ବଦଳରେ ତାଙ୍କୁ ଏହି ଜାମିନ ମିଳିଛି ।

Leave A Reply

Your email address will not be published.