ଷ୍ଟ୍ରେଚରରେ ବଜାର ବୁଲୁଛି ରୋଗୀ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଷ୍ଟ୍ରେଚରରେ ବଜାର ବୁଲୁଛି ରୋଗୀ । ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳର ମୁଖ୍ୟ ଚିକିତ୍ସାଳୟ ନିକଟରେ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏକ ସପ୍ତାହ ପୂର୍ବରୁ ଚିକିତ୍ସା ଅବହେଳାରୁ ଆଉଟଡୋର ସମ୍ମୁଖରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଘଟଣା ଲୋକ ଭୁଲିବା ପୂର୍ବରୁ ପୁନର୍ବାର ଏଭଳି ଘଟଣାକୁ ବିରୋଧ କରି ବିଜେପି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ।

ସୂଚନା ଅନୁଯାୟୀ, ଗୁଣିଆ ଖୋଜିବା ପାଇଁ ଜଣେ ରୋଗୀଙ୍କୁ ଷ୍ଟ୍ରେଚରରେ ବଜାରରେ ବୁଲାଉଥିବା ଘଟଣା ସାଧାରଣ ଜନତାକୁ ଆଶ୍ଚର୍ଯ୍ୟ କରିଛି । କରୋନା ଆଳରେ ରୋଗୀମାନଙ୍କୁ ଅବହେଳା କରୁଥିବା ଅଭିଯୋଗ ଉଠାଇ ବିଜେପି ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଘଟଣାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରି ଅବହେଳା କରୁଥିବା ପଦାଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦଳ ପକ୍ଷରୁ ଦାବି କରାଯାଇଛି ।

ଏ ଘଟଣା ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ଏହାର ଯାଞ୍ଚ ଚାଲିଛି ଓ ସୁରକ୍ଷା ଏଜେନ୍ସିର କର୍ତ୍ତୃପକ୍ଷଙ୍କୁ ନୋଟିସ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Barta
Sikhsya

Leave A Reply

Your email address will not be published.