ପୁଣି ବଦଳିବ ପାଟକୁରା ନିର୍ବାଚନ ତାରିଖ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ଆସନ ପାଇଁ ଆସନ୍ତା ୧୯ ତାରିଖରେ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଫନୀ ଯୋଗୁ ନିର୍ବାଚନକୁ ୬୦ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । କିନ୍ତୁ ମେ ୨୩ ପୂର୍ବରୁ ନିର୍ବାଚନ ଶେଷ କରିବାକୁ ବିଜେପି ଦାବି କରିଥିବା ବେଳେ ଫନୀ ଯୋଗୁ କ’ଣ ସବୁ କ୍ଷତି ଘଟିଛି ସେ ସମ୍ପର୍କିତ ରିପୋର୍ଟ ମଧ୍ୟ ନିର୍ବାଚନ କମିଶନଙ୍କୁ ଦିଆଯାଇଛି । ତେବେ ନିର୍ବାଚନ ୬୦ ଦିନ ଘୁଞ୍ଚାଯିବା ନେଇ ଘୋଷଣା ହୋଇଥିବା ବେଳେ ନିର୍ବାଚନ କମିଶନ ନିଷ୍ପତ୍ତି ବଦଳାଇବା ସମ୍ଭାବନା ଥିବାରୁ ଏବେ ବି ପାଟକୁରାରେ ରାଜନୈତିକ ମାହୋଲ ସରଗରମ ରହିଛି ।

ବାତ୍ୟା ପାଇଁ ଉକ୍ତ ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ଉଷ୍ମତା କମିଯାଇଥିବା ବେଳେ ଏବେ ପୁଣି ଉଷ୍ମତା ଭରିଯାଇଛି । ଏହି ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତାମାନେ ପ୍ରଚାର କାର୍ଯ୍ୟ ଜୋରଦାର ଚଳାଇଛନ୍ତି । ବିଜେଡି ପ୍ରାର୍ଥୀ ତଥା ସ୍ବର୍ଗତ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ବାଲ, ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ର ଓ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ବିଭିନ୍ନ ପଞ୍ଚାୟତରେ ଘର ଘର ବୁଲି ନିଜ ସପକ୍ଷରେ ପ୍ରଚାର କରୁଛନ୍ତି । ପୂର୍ବ ନିର୍ବାଚନଗୁଡ଼ିକରେ ଏଠାରେ ବିଜେଡି-କଂଗ୍ରେସ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ କଂଗ୍ରେସ ସବୁବେଳେ ଦ୍ୱିତୀୟରେ ରହି ଆସିଛି । ତେବେ ଏଥର ଏଠାରେ ତ୍ରିମୁଖୀ ପ୍ରତିଯୋଗୀତା ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.