ଫନୀ ପାଇଁ ଘୁଞ୍ଚିବ ପାଟକୁରା ନିର୍ବାଚନ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । ପରେ ସେଠାରେ ଆସନ୍ତା ମେ ୧୯ରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବିଜେଡି ସ୍ବର୍ଗତ ଅଗ୍ରଓ୍ବାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ଟିକେଟ ଦେଇଛି । ସାବିତ୍ରୀ ଆଜି ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି । ମାତ୍ର ସାମୁଦ୍ରିକ ଝଡ଼ ‘ଫନୀ’ ଯୋଗୁ ପାଟକୁରାରେ ନିର୍ବାଚନକୁ କିଛିଦିନ ଘୁଞ୍ଚାଇ ଦେବା ପାଇଁ ଆଜି ବିଜେଡି ନିର୍ବାଚନ କମିଶନଙ୍କୁ ଭେଟି ଅନୁରୋଧ କରିଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ନିର୍ବାନ କିଛିଦିନ ଘୁଞ୍ଚାଇବାକୁ ଅନୁରୋଧ କରିଥିବା ଜଣାପଡ଼ିଛି । ତେବେ ଏଥିପ୍ରତି ଦୃଷ୍ଟି ଦେଇ ଘଟଣାକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ର୍ନିବାଚନ କମିଶନର କହିଛନ୍ତି ।

ସୂଚନାଯୋଗ୍ୟ, ସାମୁଦ୍ରିକ ଝଡ଼ ‘ଫନୀ’ ଓଡ଼ିଶା ମୁହାଁ ହେଉଥିବା ବେଳେ ସେ ଓଡ଼ିଶାରେ ସ୍ଥଳପଥକୁ ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନ ରହିଛି ।

Leave A Reply

Your email address will not be published.