ଜୁଲାଇ ୨୦ ରେ ପାଟକୁରା ନିର୍ବାଚନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ଆସନ ନିର୍ବାଚନ ପାଇଁ ଲାଗି ରହିଥିବା ସବୁ କଳ୍ପନା ଜଳ୍ପନା ଅନ୍ତ ଘଟିଛି । ଆସନ୍ତା ୨୦ ତାରିଖରେ ଏହି ଆସନ ପାଇଁ ନିର୍ବାଚନ ହେବ ବୋଲି ଇଲେକ୍ସନ କମିଶନ ଘୋଷଣା କରିଛନ୍ତି । ପ୍ରକାଶିତ ବଜ୍ଞପ୍ତି ଅନୁସାରେ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ । ଏବଂ ୨୪ ତାରିଖରେ ଭୋଟ ଗଣତି କରାଯିବ ।

ସୂଚନାଯୋଗ୍ୟ, ବାତ୍ୟା ଫନୀ ପାଇଁ ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । ନିର୍ବାଚନ ତାରିଖ ଘୋଷଣା ହୋଇ ନଥିଲେ ବି ବିଭିନ୍ନ ସ୍ଥାନରେ ସଭାସମିତି ଓ ରୋଡ଼ ଶୋ ଯୋଗୁ ପାଟକୁରାରେ ରାଜନୈତିକ ମାହୋଲ ସରଗରମ ରହିଥିଲା । ପୂର୍ବ ନିର୍ବାଚନ ଗୁଡିକରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହୁଥିବା ବେଳେ ଏଥର କିନ୍ତୁ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡିଛି । ଏହି ଆସନରେ ବିଜେଡିରୁ ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲ ପ୍ରାର୍ଥୀ ହୋଇଥିବା ବେଳେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବିଜେପି ପ୍ରାର୍ଥୀ କରିଛି । ସେହିପରି ଜୟନ୍ତ ମହାନ୍ତି କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ।

Leave A Reply

Your email address will not be published.